Saturday, April 11, 2026
30.4 C
Odisha

    ନକଲି ପରିଚୟ ସହ ଦିଲ୍ଲୀରେ ରହୁଥିବା ୧୦ ପାକିସ୍ତାନୀ ନାଗରିକ ଗିରଫ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ନକଲି ପରିଚୟ‌ ସହ ବେଙ୍ଗାଲୁରୁରେ ରହୁଥିବା ୭ ପାକିସ୍ତାନୀ ନାଗରିକ ଗିରଫ ହେବାର କିଛି ଦିନ ପ‌ରେ ଦିଲ୍ଲୀ ପୁଲିସ ପୁଣି ଆଉ ୧୦ ଜଣଙ୍କୁ ଏହି ଅଭିଯୋଗରେ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି। ଦେଶର ବିଭିନ୍ନ ଅଂଶରେ ସେମାନେ ହିନ୍ଦୁ ନାମରେ ‌ବେଆଇନ ଭାବେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀରୁ ଗିରଫ ହୋଇଥିବା ବେଳେ ୩ ଜଣ ରାଜସ୍ଥାନରେ ଏବଂ ୨ ଜଣ ଉତ୍ତରପ୍ରଦେଶରୁ ଗିରଫ ‌ହୋଇଥି‌ଲେ। ସେମାନଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏବଂ ସେଠାରୁ ସେମାନଙ୍କୁ ରିମ‌ାଣ୍ଡରେ ନିଆଯାଇଥିଲା। ଏମଏଫ୍‌ଆଇ (ମେହଦି ଫାଉଣ୍ଡେସନ୍‌ ଇଣ୍ଟରନେସନାଲ୍‌)ର ଜଣ ପ୍ରମୁଖ ଭାରତୀୟ ସଦସ୍ୟ ପରଭେଜ ଅହମଦର ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଛି। ପୁଲିସ ଅନୁଯାୟୀ ପରଭେଜର ଘର ଉତ୍ତରପ୍ରଦେଶର ଆଜମଗଡ଼ରେ। ସେ ମୁମ୍ବାଇରେ ରହି ଏକ ଫର୍ଣ୍ଣିଚର ଦୋକାନ ପରିଚାଳନା କରେ। ଗତ ସପ୍ତାହରେ ତାକୁ ଗିରଫ କରାଯାଇଥିଲା। ପାକିସ୍ତାନୀ ନାଗରିକ ଭାରତରେ ରହିବାପାଇଁ ସେମାନଙ୍କୁ, ଭୋଟର ପରିଚୟ ପତ୍ର, ଆଧାର କାର୍ଡ ଏବଂ ପାସପୋର୍ଟ ଦେବାରେ ସେ ସହଯୋଗ କରୁଥିବା ସନ୍ଦେହ କରାଯାଉଛି। ବେଙ୍ଗାଲୁରୁ ଜିଲ୍ଲା ଏସ୍‌ପି ସିକେ ବାବା କହିଛନ୍ତି, ପରଭେଜ ବେଆଇନ ଭାବେ ପାକିସ୍ତାନ ନାଗରିକଙ୍କୁ ଆଣିବାପାଇଁ ପାଣ୍ଠି କିଭଳି ଯୋଗାଡ଼ କଲା ସେନେଇ ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ