Friday, March 20, 2026
21.7 C
Odisha

    ଫେବ୍ରୁଆରି ୨୧ରୁ ମାଟ୍ରିକ୍‌ ପରୀକ୍ଷା: ଜାରି ହେଲା ସୂଚୀ

    ଆଗକୁ ପଢନ୍ତୁ

    କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍‌ଇ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏହି ସ୍ମରଣୀୟ ପରୀକ୍ଷା ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ହେବ। ୨୪ ତାରିଖରେ ଇଂରାଜୀ, ୨୭ ତାରିଖରେ ଗଣିତ, ମାର୍ଚ୍ଚ’ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ। ପରୀକ୍ଷାର ସମୟ ସକାଳ ୯ରୁ ପୂର୍ବାହ୍ଣ ୧୧ଟା ୩୦ ଯାଏଁ ରହିଛି। ପରୀକ୍ଷାର୍ଥୀଙ୍କୁ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ ସମୟ ମିଳିବ। ଅର୍ଥାତ ଗଣିତ ପରୀକ୍ଷା ପୂର୍ବାହ୍‌ଣ ୯ଟାରୁ ଆରମ୍ଭ ହୋଇ ୧୧ଟା ୪୫ମିନିଟରେ ସରିବ।

    ସୂଚନାଯୋଗ୍ୟ ମାଟ୍ରିକ୍‌ ପରୀକ୍ଷା-୨୦୨୫ ପାଇଁ ଏବେ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଫର୍ମଫିଲପ୍‌ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଆଗାମୀ ୧୮ ତାରିଖ ଯାଏଁ ଜାରି ରହିବ। ଏହି ପ୍ରକ୍ରିୟା ଶେଷ ହେଲା ପରେ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ସମୁଦାୟ କେତେଜଣ ଛାତ୍ରଛାତ୍ରୀ ସାମିଲ ହେବେ, ସେନେଇ ବିସ୍ତୃତ ବିବରଣୀ ଜଣାପଡ଼ିବ।

    ଆଗାମୀ ମାଟ୍ରିକ୍‌ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ପରୀକ୍ଷାରେ ଅଧିକ ସ୍ବଚ୍ଛତା ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପିଲାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ