Thursday, October 15, 2026
22.6 C
Odisha

    ନଭେମ୍ବର ୧୬ରୁ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ କମିବ: ଶୀତ ବଢ଼ିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନଭେମ୍ବର ୧୬ରୁ ଓଡିଶାରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ସାଙ୍ଗକୁ କୋହଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ଅନୁଯାୟୀ, ଉତ୍ତରା ପବନ ପ୍ରବାହିତ ହେଉ ନ ଥିବାରୁ ଶୀତ ଲହର ରାଜ୍ୟରେ ସ୍ଥିର ହୋଇନାହିଁ।  ଯଦିଓ ଶୀତଦିନ ଆରମ୍ଭ ହୋଇସାରିଛି, କିନ୍ତୁ ରାଜ୍ୟରେ ଶୀତ ଲହର ଏପର୍ଯ୍ୟନ୍ତ ବଢ଼ି ନାହିଁ।

    ସୂଚନାଯୋଗ୍ୟ, ଲଘୁଚାପ ବର୍ଷା ପରେ କନ୍ଧମାଳକୁ ଶୀତ ଫେରିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଶୀତ ଲହର ଆରମ୍ଭ ହୋଇଛି। ବାଲିଗୁଡ଼ା ସମେତ ଦାରିଙ୍ଗିବାଡି, କେ.ନୂଆଗାଁ, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ଶୀତ ବଢ଼ିଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ତଳେ ରହିଛି। ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି । ପୂର୍ବାହ୍ନ ପ୍ରାୟ ୯ଟା ଯାଏଁ ଘନ କୁହୁଡ଼ିର ଚାଦର ତଳେ ସାରା ଅଞ୍ଚଳ ଘୋଡ଼େଇ ହୋଇ ରହୁଛି। ଆଗାମୀ ଦିନରେ ଏଭଳି ସ୍ଥିତି ଅଧିକ ବଢ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    97 %
    1.6kmh
    51 %
    Thu
    22 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ