Saturday, October 3, 2026
24.7 C
Odisha

    ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ । ଜାଣନ୍ତୁ, କଣ ରହିବ ଖୋଲା, କଣ ରହିବ ବନ୍ଦ?

    ଆଗକୁ ପଢନ୍ତୁ

    ସଂରକ୍ଷଣ ବଚାଓ କମିଟି ପକ୍ଷରୁ ଭାରତ ବନ୍ଦ ଡାକରାରେ ବିଶେଷ କରି ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ରାସ୍ତା ଘାଟରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ପିକେଟିଂ କାରଣରୁ ଗାଡ଼ି ମୋଟର ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିବ। ତେବେ ଏହି ବନ୍ଦ ସମୟରେ ହସ୍ପିଟାଲ, ଆମ୍ବୁଲାନ୍ସ ସେବା, ସରକାରୀ ସେବା ଗୁଡ଼ିକ ଜାରି ରହିବ। ସରକାରୀ ସହ ଘରୋଇ ସଂସ୍ଥା, ବ୍ୟାଙ୍କ, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଖୋଲା ରହିପାରେ । ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏବଂ ଏଟିଏମ୍ ଗୁଡ଼ିକ ଖୋଲା ରହିବ। ଅନ୍ୟପଟେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲୋକସେବା ଭବନ, ଖାରବେଳ ଭବନ,ରାଜୀବ ଭବନ ଓ ଅନ୍ୟ ପ୍ରମୁଖ ବିଭାଗର କର୍ମଚାରୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କିଛି ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଲୋକସଭା ଭବନର ସମ୍ମୁଖ ଗେଟ୍ ୧୦ଟା ୧୫ରେ ବନ୍ଦ ହେବ । ସମସ୍ତ ପାସ୍ ପଛ ଫାଟକ ଦେଇ ନିୟନ୍ତ୍ରିତ ହେବ । ରେଡ ବିଲଡିଂ ଓ ମେନ ଲୋକସେବା ଭବନ ବିଲଡିଂ ମଧ୍ୟରେ ସଂଯୋଗ ଗେଟ ଖୋଲା ରହିବ। ପରିଚୟ କାର୍ଡ, କର୍ମଚାରୀ ଏବଂ ପରିଦର୍ଶକ ପାସର ସୁରକ୍ଷା ଯାଂଚକୁ କଡାକଡି କରାଯିବ । କୌଣସି ଅଘଟଣ ଘଟିଲେ ଜଣାଇବାକୁ ଫୋନ ନମ୍ବର ଜାରି କରାଯାଇଛି । ପରିଦର୍ଶକଙ୍କ ପ୍ରବେଶ ସୀମିତ ରହିବ, ଆବଶ୍ୟକ ସ୍ଥଳେ ତୁରନ୍ତ ଏଂଟ୍ରି ପାସ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ