Thursday, October 15, 2026
23.2 C
Odisha

    ଶେଖ ହସିନାଙ୍କୁ ଆଣି ଫାଶୀ ଦିଅ, ବାଂଲାଦେଶ ସଡ଼କରେ ବିକ୍ଷୋଭକାରୀଙ୍କ ଦାବି

    ଆଗକୁ ପଢନ୍ତୁ

    ଢାକା : ମହମ୍ମଦ ୟୁନୁସ ବାଂଲାଦେଶରେ ଦେଶର ଦାୟିତ୍ୱ ଗ୍ରହଣ କରିବା ପରେ ଏବଂ ଶେଖ୍ ହସିନା ଦେଶ ଛାଡିବା ପରେ ମଧ୍ୟ ବାଂଲାଦେଶର ଲୋକଙ୍କ କ୍ରୋଧ ଶାନ୍ତ ହେଉନାହିଁ । ବାଂଲାଦେଶରେ ଛାତ୍ରଛାତ୍ରୀଙ୍କ ସମେତ ଲୋକମାନେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଶେଖ ହସିନାଙ୍କୁ ଭାରତ ଫେରାଇ ଆଣିବାକୁ ସେମାନେ ଦାବି କରୁଛନ୍ତି। ବାଂଲାଦେଶରେ ବିଚାର ହେଲେ ହିଁ ପ୍ରକୃତ ନ୍ୟାୟ ମିଳିବ ବୋଲି ଲୋକେ କହୁଛନ୍ତି।ବାଂଲାଦେଶରେ ଶେଖ୍ ହସିନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୋକମାନେ ଚାହୁଁଛନ୍ତି ହସିନାଙ୍କୁ ଦେଶକୁ ଫେରାଇ ଅଣାଯାଉ। ଜଣେ ଛାତ୍ରୀ କହିଛନ୍ତି, ଶେଖ୍ ହସିନା ଆମ ବିରୋଧରେ ଅଭିଯୋଗ ଆଣିଥିଲେ, କିନ୍ତୁ ସେ ଦୁର୍ନୀତିଗ୍ରସ୍ତ ଥିଲେ। ଆମେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଶେଖ ହସିନାଙ୍କୁ ଭାରତ ପଠାଇବାକୁ କହିବାକୁ ଚାହୁଁଛୁ ।

    ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ କହନ୍ତି ଯେ ଆମର ଲଢ଼େଇ କେବଳ ଦୁର୍ନୀତି ବିରୋଧରେ ଥିଲା। ଆମେ ପୂର୍ବରୁ ହିନ୍ଦୁମାନଙ୍କ ସହିତ ଏକାଠି ରହୁଥିଲୁ ଏବଂ ବର୍ତ୍ତମାନ ମଧ୍ୟ କରିବୁ । ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ରବିବାର କହିଛନ୍ତି ଯେ ଶେଖ୍ ହସିନାଙ୍କ ନିଷ୍ଠୁର ଏକଛତ୍ରବାଦ ତାଙ୍କ ଦେଢ଼ ଦଶନ୍ଧିର ଶାସନ କାଳରେ ଦେଶର ସମସ୍ତ ଅନୁଷ୍ଠାନକୁ ଧ୍ୱଂସ କରିଦେଇଛି। ନିର୍ବାଚନରେ ସ୍ପଷ୍ଟ ଭାବେ ଜାଲିଆତି ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ