Thursday, June 5, 2025
28 C
Odisha

    ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା; ଚାଲିଗଲା ୧୩ ଜଣକ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶୁକ୍ରବାର ବାଙ୍ଗଲୋର -ପୁଣେ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କର୍ଣ୍ଣାଟକ ହାଭେରୀ ଜିଲ୍ଲା ଅଧୀନ ଗୁଣ୍ଡେନାହାଲ୍ଲି ଦେଇ ଯାଇଥିବା ହାଇୱେରେ ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ମିନି-ବସ୍ । ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣଙ୍କ ଅବସ୍ଥା  ଗୁରୁତର ରହିଛି। ଦୁର୍ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଦ୍ଧାରକାରୀ ଟିମ୍‌ ମଧ୍ୟ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭଗବାନଙ୍କୁ ଦର୍ଶନ କରି ଏକ ଟ୍ରାଭେଲରରେ ଫେରୁଥିଲେ ତୀର୍ଥଯାତ୍ରୀ । ମୃତକମାନେ ମନ୍ଦିର ଦର୍ଶନ ପାଇଁ କର୍ଣ୍ଣାଟକର ସାବଦତ୍ତୀ ଯାଇଥିବା ବେଳେ ସେଠାରୁ ଫେରୁଥିଲେ। ଫେରିବା ବାଟରେ ପ୍ରାୟ ଭୋର ୪ଟା  ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଶିବାମୋଗା ବାସିନ୍ଦା ହୋଇଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    61 %
    2.2kmh
    47 %
    Thu
    28 °
    Fri
    39 °
    Sat
    40 °
    Sun
    42 °
    Mon
    42 °

    ସମ୍ବନ୍ଧିତ