Sunday, October 18, 2026
23.2 C
Odisha

    ଉଜ୍ଜୟିନୀର ମହାକାଳ ମନ୍ଦିରରେ କାନ୍ଥ ପଡ଼ି ୨ ମୃତ

    ଆଗକୁ ପଢନ୍ତୁ

    ଉଜ୍ଜୟିନୀ: ଉଜ୍ଜୟିନୀର ମହାକାଳ ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ୪ ନମ୍ବର ଗେଟ୍ ନିକଟରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ତଳେ ଦବି ଯାଇଥିଲେ ।  ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆହତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଜ୍ଜୟିନୀରେ ଏବେ ବି ଲଗାଣ ପ୍ରବଳ ବର୍ଷା ଜାରି ରହିଛି ।

    ଉଜ୍ଜୟିନୀରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଏଥର ମହାକାଳ ମନ୍ଦିର ଅଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଜ୍ୟୋତିଷ ପଣ୍ଡିତ ଆନନ୍ଦ ଶଙ୍କର ବ୍ୟାସଙ୍କ ବାସଭବନ ନିକଟରେ ଥିବା ୪ ନମ୍ବର ଗେଟ୍ ନିକଟରେ ଥିବା ପୁରୁଣା କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ନିକଟରେ ସାମଗ୍ରୀ ବିକ୍ରି କରୁଥିବା କିଛି ଲୋକ କାନ୍ଥ ତଳେ ଚାପି ହୋଇଯାଇଥିଲେ। ପରିସ୍ଥିତି ସମ୍ପର୍କରେ ମହାକାଳ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି।

    କାନ୍ଥ ତଳେ ଲୋକମାନେ ଫସି ରହିଥିବା ନେଇ ମହାକାଳ ମନ୍ଦିର ପ୍ରଶାସନକୁ ଖବର ମିଳିବା ମାତ୍ରେ ସେମାନେ ତୁରନ୍ତ ପୁଲିସକୁ  ଯୋଗାଯୋଗ କରି ମନ୍ଦିର କର୍ମଚାରୀଙ୍କ ସହାୟତାରେ ଭଗ୍ନାବଶେଷରୁ ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଗ୍ନାବଶେଷରେ କେତେ ଲୋକ ଫସି ରହିଛନ୍ତି ଏବଂ ଉଦ୍ଧାରକାରୀ ଦଳ କେତେ ଲୋକଙ୍କୁ ଉଦ୍ଧାର କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ