Sunday, October 18, 2026
23.2 C
Odisha

    ଡିପ୍ରେସନରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    ଆଗକୁ ପଢନ୍ତୁ

    ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ବଢ଼ିଚାଲିଛି ସଂଘର୍ଷ। କ୍ୟାରିୟର ହେଉ ବା ପରିବାର ସମସ୍ୟା, ଆର୍ଥିକ ବା ବ୍ୟକ୍ତିଗତ ସମସ୍ୟା ସବୁଠି ମଣିଷକୁ ଲଢ଼ିବାକୁ ପଡ଼େ। ହେଲେ ଯେବେ ଏହି ସବୁ ସମସ୍ୟା ମଣିଷକୁ ମାନସିକ ସ୍ତରରେ ଦୁର୍ବଳ କରିବାକୁ ଲାଗେ ସେବେ ଏହି ଅବସ୍ଥାକୁ ଡିପ୍ରେସନର ନାମ ଦେଇପାରିବା। ଯିଏ ଏହିସବୁ ଚିନ୍ତାରୁ ନିଜକୁ କାଢ଼ିବାରେ ସମର୍ଥ ହୁଏ ସେ କୌଣସି ବିଜେତାଠାରୁ କମ ନୁହେଁ। ଆଉ କେହି କେହି ଏହି ଯୁଦ୍ଧରେ ହାରିଯାଇ କିଛି ଭୁଲ୍ ରାସ୍ତା ଆପଣାନ୍ତି। ବିଭିନ୍ନ କାରଣ ଯୋଗୁଁ ମଣିଷ ଡିପ୍ରେସନର ଶିକାର ହୋଇଥାଏ। ମାନସିକ ସ୍ତରରେ ଅତି ଦୂର୍ବଳ ହୋଇଯିବାକୁ ମଧ୍ୟ ଡିପ୍ରେସନ କୁହାଯାଇପାରିବ। ଜୀବନରେ ଘଟିଥିବା କିଛି ଅଘଟଣ ବା ବଡ଼ ପରିବର୍ତ୍ତନ ସହ ଏକାକୀତା, କାମର ବୋଝ, ହରମୋନରେ ପରିବର୍ତ୍ତନ, ଅତ୍ୟଧିକ ଚିନ୍ତା ଆଦି ବିଭିନ୍ନ କାରଣ ଯୋଗୁଁ ଡିପ୍ରେସନ ହୋଇଥାଏ। ତେବେ ଏହି ଡିପ୍ରେସନରୁ ରକ୍ଷା ପାଇବା ପାଇଁ କିଛି ଖାଦ୍ୟ ଧ୍ୟାନ ରଖିବା ଉଚିତ୍ । ମାଛମୁଣ୍ଡରେ ଓମେଗା – ୩ ଥିବା କାରଣରୁ ଏହାର ସେବନ ଦ୍ୱାରା ମସ୍ତିଷ୍କ ସୁସ୍ଥ ରହେ ଓ ଡିପ୍ରେସନ ଭଳି ମାନସିକ ରୋଗ ମଧ୍ୟ ଦୂରେଇ ରୁହେ । ପାନମଧୁରୀ ଏବଂ ମିଶ୍ରି ପାଣି ପିଇବା ଦ୍ୱାରା ଷ୍ଟ୍ରେସ ଏବଂ ଡିପ୍ରେସନ ସମସ୍ୟା ଦୂର ହୋଇଥାଏ। ଏହି ପାଣି ଆପଣଙ୍କ ମସ୍ତିଷ୍କକୁ ଶାନ୍ତ କରିଥାଏ। ଏହାଛଡା ଚିନ୍ତା ଏବଂ ଡିପ୍ରେସନ ଦୂର ହୋଇଥାଏ।ପାଳଙ୍ଗରେ ଥିବା ଆଇରନ୍ ଓ ଅନ୍ୟ ଗାଢ଼ ସବୁଜ ରଙ୍ଗର ଶାଗରେ ଥିବା ମ୍ୟାଗ୍ନେସିୟମ୍ ଓ ଅନ୍ୟ ପୋଷକ ଆମକୁ ଡିମେନ୍‌ସିଆ ବା ସ୍ମୃତିଶକ୍ତି ହ୍ରାସରୁ ମଧ୍ୟ ବଞ୍ଚାଏ। କାଜୁ, ଅଲ୍‌ମଣ୍ଡ୍‌, ୱାଲ୍‌ନଟ୍, ରାଶି ମଞ୍ଜି ଆଦି ନଟ୍‌ସ ଓ ମଞ୍ଜିଜାତୀୟ ଖାଦ୍ୟରେ ପ୍ରଚୁର ପରିମାଣରେ ଓମେଗା ୩ ଫ୍ୟାଟି ଏସିଡ୍ ରହିଥାଏ ଯାହାକୁ ଖାଇବା ଦ୍ୱାରା ଆମର ମସ୍ତିଷ୍କକୁ ଅଧିକ କାର୍ଯ୍ୟକ୍ଷମ ରଖେ।

    କେବଳ ଖାଦ୍ୟର ପ୍ରକାର ଛାଡ଼ିଦେଲେ ଖାଦ୍ୟ ଖାଇବା ଓ ବନେଇବାର ଅଭ୍ୟାସ ମଧ୍ୟ ଆମ ମାନସିକ ସ୍ଥିତିରେ ପ୍ରଭାବ ପକାଏ। ଖାଦ୍ୟ ଖାଇବା ବେଳେ ଖୁସି ମନରେ ଖାଇବା, ଖୁସି ମନରେ ଖାଦ୍ୟ ବନେଇବା, ସମସ୍ତଙ୍କ ସହ ବସି ଖାଇବା ଆଦି କେତୋଟି ଦିଗ ପ୍ରତି ଆମର ଦୃଷ୍ଟି ଦେବା ଜରୁରୀ, ଯାହା ଖାଦ୍ୟନଳୀରେ ଖାଦ୍ୟର ଗତିକୁ ସରଳ କରିବ ଓ ଏହା ମାନସିକଭାବେ ଆମକୁ ଶାନ୍ତି ରଖିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ