Monday, March 16, 2026
35.1 C
Odisha

    ୭ରୁ +୨ ନାମଲେଖା: ଯୁକ୍ତ ଦୁଇ ପାଇଁ ୧୫ହଜାର ୪୮୫ ସିଟ୍‌

    ଆଗକୁ ପଢନ୍ତୁ

    ଢେଙ୍କାନାଳ: ଚଳିତ ଶିକ୍ଷାବର୍ଷ ପାଇଁ  ଆସନ୍ତା ୭ ତାରିଖରୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ ହେବ। ଜିଲ୍ଲାର ସରକାରୀ ଓ ଘରୋଇ ବିଦ୍ୟାଳୟ ମିଶି ୬୧ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୧୫ ହଜାର ୪୮୫ଟି ସିଟ୍‌ ରହିଛି। ମାଟ୍ରିକ ପରୀକ୍ଷାରେ ଚଳିତବର୍ଷ ୧୫, ୮୫୨ ପିଲା ପାସ୍‌ କରିଥିବା ଯୋଗୁଁ ବଳକା ୩୬୭ଜଣ ଛାତ୍ରଛାତ୍ରୀ ଜିଲ୍ଲା ବାହାରକୁ ପଢ଼ିବାକୁ ଯିବେ କିମ୍ବା ବୈଷୟିକ ଡିପ୍ଲୋମା କୋର୍ସ କରିବେ ନଚେତ ଅନ୍ୟ କୌଣସି ସଂସ୍ଥାକୁ ଆପଣେଇବେ।

    ଜିଲ୍ଲାରେ ୬୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ପାଇଁ ୯୦୮୯ଟି ସିଟ୍‌, ବିଜ୍ଞାନ ପାଇଁ ୫୦୭୨ଟି ସି୍‌ଟ, ବାଣିଜ୍ୟ ପାଇଁ ୮୦୦ଟି ସିଟ୍‌, ଭୋକେସନାଲ୍‌ ପାଇଁ ୪୨୪ଟି ସିଟ୍‌ ଏପରି ମୋଟ୍‌ ୧୫ହଜାର ୪୮୫ଟି ସିଟ୍‌ ରହିଛି। ସେଥିମଧ୍ୟରେ ଢେଙ୍କାନାଳ ପୌରଞ୍ଚଳର ୬ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କଳା ପାଇଁ ୫୧୨ଟି, ବିଜ୍ଞାନ ପାଇଁ ୫୭୬ଟି, ବାଣିଜ୍ୟ ପାଇଁ ୨୫୬, ଭୋକେସନାଲ୍‌ ପାଇଁ ୧୫୨ଟି ସିଟ୍‌ ରହିଛି। ସଦର ବ୍ଲକ୍‌ରେ ରହିଥିବା ୧୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ପାଇଁ ୭୬୮, ବାଣିଜ୍ୟ ପାଇଁ ୧୬୯୬ ସିଟ୍‌ ରହିଛି। ଗଁଦିଆ ବ୍ଲକ୍‌ର ୬ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ କଳାରେ ୧୦୮୮, ବିଜ୍ଞାନ ପାଇଁ ୨୫୬, ବାଣିଜ୍ୟରେ ୧୬, ଭୋକେସନାଲ୍‌ରେ ୪୮ଟି ସିଟ୍‌ ରହିଛି। କାମାକ୍ଷାନଗର ବ୍ଲକ୍‌ର ୬ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ କଳାରେ ୮୦୦ , ବିଜ୍ଞାନ ପାଇଁ ୨୦୮, ବାଣିଜ୍ୟରେ ୩୨, ଭୋକେସନାଲ୍‌ରେ ୪୮ ସିଟ୍‌ ରହିଛି। କାମାକ୍ଷାନଗର ଏନ୍‌ଏସିର ୩ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ କଳାରେ ୪୧୬, ବିଜ୍ଞାନ ପାଇଁ ୧୯୨, ବାଣିଜ୍ୟରେ ୩୨, ଭୋକେସନାଲ୍‌ରେ ୩୬ଟି ସିଟ୍‌ ରହିଛି। ହିନ୍ଦୋଳ ବ୍ଲକ୍‌ର ୬ଟି  ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ କଳାରେ ୯୬୦ , ବିଜ୍ଞାନ ପାଇଁ ୨୮୮, ବାଣିଜ୍ୟରେ ୬୪, ଭୋକେସନାଲ୍‌ରେ ୨୪ଟି ସିଟ୍‌ ରହିଛି। ସେହିପରି କଙ୍କଡ଼ାହାଡ଼ ବ୍ଲକ୍‌ର ୫ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ କଳାରେ ୮୩୨, ବିଜ୍ଞାନ ପାଇଁ ୨୫୬, ବାଣିଜ୍ୟରେ ୬୪ଟି ସିଟ୍‌ ରହିଛି। ଓଡ଼ାପଡ଼ା ବ୍ଲକ୍‌ର ୭ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ କଳାରେ ୧୦୫୬, ବିଜ୍ଞାନ ପାଇଁ ୪୧୬, ବାଣିଜ୍ୟରେ ୧୬, ଭୋକେସନାଲ୍‌ରେ ୪୮ଟି ସିଟ୍‌ ରହିଛି। ପର୍ଜଙ୍ଗ ବ୍ଲକ୍‌ର ୫ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ କଳାରେ ୯୬୧, ବିଜ୍ଞାନ ପାଇଁ ୬୭୨, ବାଣିଜ୍ୟରେ ୯୬, ଭୋକେସନାଲ୍‌ରେ ୪୮ଟି ସିଟ୍‌ ରହିଛି। ଅନ୍ୟପଟେ ଭୁବନ ବ୍ଲକ୍‌ର ୮ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ କଳାରେ ୧୦୮୮, ବିଜ୍ଞାନ ପାଇଁ ୩୮୪, ବାଣିଜ୍ୟରେ ୯୬, ଭୋକେସନାଲ୍‌ରେ ୯୬ଟି ସିଟ୍‌ ଥିଲାବେଳେ ଭୁବନ ଏନ୍‌ଏସିର ୩ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ କଳାରେ ୬୦୮, ବିଜ୍ଞାନ ପାଇଁ ୧୨୮, ବାଣିଜ୍ୟରେ ୧୨୮ ଓ ଭୋକେସନାଲ୍‌ରେ ୨୪ଟି ସିଟ୍‌ ରହିଛି।

    ସୂଚନାଯୋଗ୍ୟ, ଜିଲ୍ଲାରେ ଚଳିତବର୍ଷ ୨୬୯ଟି ବିଦ୍ୟାଳୟର ୧୬, ୪୦୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୫, ୮୫୨ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ୩୧ ଜଣ ଗ୍ରେଡ୍‌ ଏ-୧, ୨୪୮ ଜଣ  ଏ-୨ରେ ପାସ୍‌ କରିଛନ୍ତି। ସେହିପରି ୮୮୭ ଜଣ ବି-୧, ୨୦୧୬ ଜଣ ବି-୨, ୩୭୫୪ ଜଣ ସି, ୪୪୩୮ ଜଣ ଡି ଓ ୪୪୭୮ ଜଣ ଇ ଗ୍ରେଡ୍‌ ପାଇଛନ୍ତି। ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ସୁଯୋଗ ଦିଆଯାଉଥିବା ବେଳେ ନମ୍ବର ଅନୁଯାୟୀ ଅନ୍ୟ ପିଲାମାନଙ୍କୁ ଆଡମିସନ୍‌ ମିଳିବ। ଶିକ୍ଷାର ମାନ ନ ବଢ଼ାଇ ଯେନତେନ ପ୍ରକାରେ ହଜାର ହଜାର ପିଲାଙ୍କୁ ପାସ୍‌ କରାଇ ଦିଆଯାଉଛି। ଫଳରେ ନାମ ଲେଖାଇବା ପାଇଁ ମାନଦଣ୍ଡ ଭାବେ ନିର୍ଦ୍ଧାରିତ ହେଉଥିବା କଟ୍‌ଅଫ୍‌ ମାର୍କକୁ ଯେତେ କମାଇଲେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ପାସ୍‌ ଛାତ୍ରଟିଏ ଯୋଗ୍ୟ ହୋଇପାରୁନାହିଁ। ପାସ୍‌ ସଂଖ୍ୟାକୁ ଦୃଷ୍ଟିରେ ରଖି ଅଧିକ ସିଟ୍‌ ବଢ଼ାଇବା ସହ କଟ୍‌ଅଫ୍‌ ମାର୍କକୁ କୋହଳ କରାଗଲେ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାପାଇଁ ସୁଯୋଗ ପାଆନ୍ତେ ବୋଲି ଅଭିଭାବକ ମହଲରେ ମତପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    22 %
    1kmh
    3 %
    Mon
    38 °
    Tue
    38 °
    Wed
    37 °
    Thu
    35 °
    Fri
    34 °

    ସମ୍ବନ୍ଧିତ