Saturday, October 3, 2026
23 C
Odisha

    ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    ଆଗକୁ ପଢନ୍ତୁ

    ଅନୁଗୁଳ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କିଶୋରନଗର ଥାନା ଧଉରାପାଲି ପଞ୍ଚାୟତ ବଏଜା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ଥିବା ଜଣାଯାଇଛି।
    ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ ଧଉରାପାଲି ପଞ୍ଚାୟତ ବଏଜା ଗ୍ରାମର ଆର୍ତ୍ତ ମିର୍ଦ୍ଧା (୪୦) ଏବଂ ବାମୁର ପଂଚାୟତ ରେଙ୍ଗାଳବେଡ଼ା ଗ୍ରାମର ରୀନା ମାହାର (୩୦) ପାଇଖାନା ଟାଙ୍କି ଭିତରେ ପଶି କାମ କରୁଥିଲେ l କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଉଭୟଙ୍କର ମୃତ ହୋଇଥିଲାl ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରି କିଶୋରନଗର ମେଡିକାଲକୁ ଆଣିଥିଲେ l ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେl

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ