Sunday, October 4, 2026
28.6 C
Odisha

    କୁକୁଡ଼ା ବ୍ୟବସାୟକୁ କେନ୍ଦ୍ର କରି ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: କୁକୁଡ଼ା ବ୍ୟବସାୟକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ପୁଲିସ ଏସପି ସ୍ମିତ ପରମାର ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଏକ ଦେଶୀ ରିଭଲଭର୍,୧୫ଟି ଜୀବନ୍ତ ଗୁଳି ଜବତ, କାର୍ ଏବଂ ଏକ ସ୍କୁଟି ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ୱାସିମ୍ ଆକ୍ରମ୍, ଶାହାବାଜ୍ ଖାନ୍ ଇମରାନ ଓ ଇଜାଜ୍ ଖାନ୍।
    ପୁଲିସ୍ ସୂଚନାନୁସାରେ, ମଙ୍ଗଳବଜାରର ୨ ସମ୍ପର୍କୀୟ ଭାଇ ଇମ୍ରାନ୍ ଓ ଶାହାଜାହାନ୍ କୁକୁଡ଼ା ବ୍ୟବସାୟ କରନ୍ତି। ବ୍ୟବସାୟକୁ କେନ୍ଦ୍ର କରି ଗତ କିଛି ମାସ ହେଲା ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ୩ ମାସ ତଳେ ଶାହାଜାହାନ୍ଙ୍କ ମଙ୍ଗଳବଜାରସ୍ଥିତ ଦୋକାନକୁ ଯାଇ ଇମ୍ରାନ୍ ଗାଳିଗୁଲଜ କରିଥିଲା। ତେବେ ଏହି ମାମଲାର ସମାଧାନ ପାଇଁ ଇମ୍ରାନ୍ ସେହି ଅଞ୍ଚଳର ମହମ୍ମଦ ଇଜାଜ୍କୁ କହିଥିଲା। ଗତକାଲି ରାତି ପ୍ରାୟ ୧୦ଟାରେ ଶାହାଜାହାନ୍କୁ ନେଇ ଇଜାଜ୍ ବେହେରାପାଟସ୍ଥିତ ଇମ୍ରାନର କୁକୁଡ଼ା ଫାର୍ମରେ ପହଞ୍ଚିଥିଲା। ଇମ୍ରାନ୍ ଓ ଶାହାଜାହାନ୍ଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଇମ୍ରାନ୍ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବନ୍ଧୁକରେ ଶାହାଜାହାନ୍ଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଛାତି ଓ ବେକରେ ଗୁଳି ବାଜିବା ଯୋଗୁଁ ଘଟଣାସ୍ଥଳରେ ହିଁ ଶାହାଜାହାନ୍ଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଇମ୍ରାନ୍ ଓ ଇଜାଜ୍ ମିଶି ଶବକୁ ଏକ କାର୍ରେ ନେଇ ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲା ସୀମାନ୍ତ ରେଙ୍ଗାଲି ବ୍ଲକ୍ ରମ୍ପେଲା ସେତୁରୁ ହୀରାକୁଦ ଡ୍ୟାମ୍କୁ ଫିଙ୍ଗି ଦେଇଥିଲେ।
    ଶାହାଜାହାନ୍ ରାତିରେ ଘରକୁ ଫେରି ନଥିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ତେବେ ଏହା ଭିତରେ ଘଟଣା ପ୍ରଘଟ ହୋଇଯିବାରୁ ଅଭିଯୁକ୍ତ ଇମରାନ ଓ ଇଜାଜ୍ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ। ଇଜାଜ୍ର ସୂଚନାକୁ ଭିତ୍ତି କରି ମଙ୍ଗଳବାର ଦିନ ପ୍ରାୟ ୧୨ଟା ବେଳକୁ ରମ୍ପେଲା ସେତୁ ନିକଟରୁ ଶାହାଜାହାନ୍ଙ୍କ ଶବ ଉଦ୍ଧାର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ