Tuesday, April 14, 2026
28.8 C
Odisha

    ୨୦୨୫ ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି: ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗାଅ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୦୨୫ରେ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପରୀକ୍ଷା ପାଇଁ ହାତରେ ଆଉ ୪ ମାସ ବାକି ରହିଛି। ତା’ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯେଉଁଠି ପରୀକ୍ଷା କେନ୍ଦ୍ର ହୋଇଥିଲା ସେଗୁଡ଼ିକରେ ଲାଗିଥିବା ସିସିଟିଭି କିଭଳି କାର୍ଯ୍ୟକ୍ଷମ ହେଉଛି ତାହାର ରିପୋର୍ଟ ଦେବାକୁ ପରିଷଦ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୁହାଯାଇଛି।

    ୨୦୨୫ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍‌, କେନ୍ଦ୍ର ସୁପରିଟେଣ୍ତେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍‌, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ପରିଷଦ ମୁଖ୍ୟାଳୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନାର ତଦାରଖ କରାଯିବାକୁ ଥିବାରୁ ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗାଇବେ। ଯେଉଁଠାରେ ସିସିଟିଭି ନ ଲାଗିଛି ତୁରନ୍ତ ଲଗାଇବା, ଯେଉଁଠି କାର୍ଯ୍ୟକ୍ଷମ ହେଉ ନାହିଁ ତାହାକୁ ମରାମତି କରିବା, ପ୍ରଶ୍ନପତ୍ର ପହଞ୍ଚିବା କ୍ଷଣି ତାହାକୁ କ୍ୟାମେରା ନଜରରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନୂଆ ପରୀକ୍ଷା କେନ୍ଦ୍ର କରିବାକୁ ଆବେଦନ କରିଛନ୍ତି ସେମାନେ ପରୀକ୍ଷା ହଲ୍‌ ଓ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ରୁମ୍‌ରେ ସିସିଟିଭି ଲଗାଇଥିବା ପରିଷଦକୁ ସୁନିଶ୍ଚିତ କରାଇବେ। ୨୦୨୪ର ପରିଚାଳନା ହବ୍‌, ପରୀକ୍ଷା କେନ୍ଦ୍ର ସମେତ ନୂଆ କରି ପରୀକ୍ଷା କେନ୍ଦ୍ର ହେବାକୁ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଡିଭିଆର/ଏନ୍‌ଭିଆର, ଇନ୍‌ଷ୍ଟା କ୍ଲାଉଡ୍‌ଏ ଷ୍ଟାଟିକ୍‌ ଆଇପି ଆଡ୍ରେସ୍‌, ଇନ୍‌ଷ୍ଟା କ୍ଲାଉଣ୍ଡ୍‌ ସିରିଜ୍‌ ନମ୍ବର, କ୍ୟାମେରା ଲଗାଇବେ। ନଭେମ୍ବର ୧୫ ସୁଦ୍ଧା କଲେଜ ନାମ, କଲେଜ କୋଡ୍‌, ଇଣ୍ଟରନେଟ୍‌ ପ୍ରୋଭାଇଡର ପ୍ରଭୃତି ସମ୍ପର୍କରେ ଜଣାଇବେ।

    ୨୦ ସୁଦ୍ଧା ଘୋଷଣାପତ୍ର ଦେବେ ୧୦୯ ବିଦ୍ୟାଳୟ
    ଧାର୍ଯ୍ୟ ଭିତ୍ତିଭୂମି ନ ଥିଲେ ହେବନି ପରୀକ୍ଷା କେନ୍ଦ୍ର

    ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟ ମଧ୍ୟରେ ଏଦିଗରେ ପଦ‌କ୍ଷେପ ନ ନେବେ ସେମାନଙ୍କ ପରୀକ୍ଷା କେନ୍ଦ୍ର(ଉଭୟ ଥିଓରି ଓ ପ୍ରାକ୍ଟିକାଲ) ବାତିଲ୍‌ କରାଯିବ। ଏଥିସହ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ ବୋଲି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି। ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ ହୋଇଥିବା ୧୦୯ଟି ଶିକ୍ଷାନୁଷ୍ଠାନରେ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା ହୋଇଛି। ତେବେ ତା’ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ଯଥା ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା, ସିସିଟିଭି ଲଗାଇବା, ପାୱାର ବ୍ୟାକ୍‌ଅପ୍‌, ଇଣ୍ଟରନେଟ୍‌ ସଂଯୋଗ, ସ୍ଥାୟୀ ପାଚେରି ସୁନିଶ୍ଚିତ କରିବାକୁ କୁହାଯାଇଛି। ସେପ୍ଟେମ୍ବର ୨୦ ସୁଦ୍ଧା ଏସମ୍ପର୍କରେ ଇ-ମେଲ୍‌ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ନିଜସ୍ବ ଘୋ‌ଷଣା ପ୍ରକାଶ କରିବେ। ଯଦି କୌଣସି ଶିକ୍ଷାନୁଷ୍ଠାନ ଆବଶ୍ୟକୀୟ ସୁବିଧା ସୁଯୋଗ ନ କରନ୍ତି ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ