Sunday, October 4, 2026
28.6 C
Odisha

    ଗାଡିକୁ ଘେରିଯାଇ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ଅଢେଇ କିଲୋ ସୁନା

    ଆଗକୁ ପଢନ୍ତୁ

    ତିରୁବନନ୍ତପୁରମ: କେରଳର ଥ୍ରୀସୁରର ପିଚି ନିକଟ ଜାତୀୟ ରାଜପଥରେ ଅଢେଇ କିଲୋଗ୍ରାମ ସୁନା ଅଳଙ୍କାର ଡକାୟତିର ଭିଡିଓ ଭାଇରାଲ ହେବାରେ ଲାଗିଛି। ୧୨ ଜଣିଆ ଏକ ଗ୍ୟାଙ୍ଗ କାରକୁ ଘେରି କାରରେ ବସିଥିବା ଦୁଇ ଜଣଙ୍କୁ ମାଡମାରି ସେମାନଙ୍କଠାରୁ ୨.୫ କିଲୋଗ୍ରାମ ସୁନା ଅଳଙ୍କାର ମଧ୍ୟ ଲୁଟି ନେଇଥିଲେ। ଲୁଟେରାଙ୍କ ଆକ୍ରମଣର ଶିକାର ଅଳଙ୍କାର ବ୍ୟବସାୟୀ ଅରୁଣ ସନ୍ନି ଏବଂ ରୋଜି ଥୋମାସ ବୋଲି ଜଣାପଡିଛି।

    ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ କୌଣସି କାର ଭିତରୁ ରେକର୍ଡ କରାଯାଇଛି। ଏହି ଘଟଣା ୨୨ ସେପ୍ଟେମ୍ବରରେ ଘଟିଥିବା ପୁଲିସ କହିଛି। ଜାତୀୟ ରାଜପଥରେ ଥିବା ଫ୍ଲାଏ ଓଭର ନିକଟରେ ନିର୍ମାଣ କାର୍ଯ୍ୟ ଚାଲିଥିଲା, ଯେଉଁ କାରଣରୁ ସେଠାରେ ପ୍ରବେଶ ରାସ୍ତା ସଂକୀର୍ଣ୍ଣ ଥିଲା | ଏହି ସ୍ଥାନରେ ତିନୋଟି ଏସୟୁଭି କାର ଏକ କାରକୁ ଘେରି ରହିଥିଲେ । ଏହା ପରେ, ୧୦ ରୁ ୧୨ ଜଣ ଲୁଟେରା ବନ୍ଧୁକ ମୁନରେ କାରରେ ବସିଥିବା ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ ।

    ଲୁଟେରାମାନେ ବ୍ୟବସାୟୀ ଅରୁଣ ସନ୍ନି ଏବଂ ତାଙ୍କ ସାଙ୍ଗ ରୋଜି ଥୋମାସଙ୍କୁ ମାଡ଼ ମାରିଥିଲେ ଏବଂ ସେମାନଙ୍କଠାରୁ ଅଢେଇ କିଲୋଗ୍ରାମ ସୁନା ଅଳଙ୍କାର ମଧ୍ୟ ଲୁଟି ନେଇଥିଲେ। ଅଳଙ୍କାର ବ୍ୟବସାୟୀ ଅରୁଣ ସନ୍ନି ଏବଂ ତାଙ୍କ ବନ୍ଧୁ ରୋଜି ଥୋମାସ ସେପ୍ଟେମ୍ବର ୨୫ରେ ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ | ଲୁଟ ହୋଇଥିବା ସୁନା ଗହଣାର ମୂଲ୍ୟ ୧.୮୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି | ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ଡକାୟତମାନଙ୍କୁ ଖୋଜା ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ