Sunday, October 4, 2026
28.6 C
Odisha

    ହାଇକମାଣ୍ଡ ଯାହାକୁ ବି ମୁଖ୍ୟମନ୍ତ୍ରୀ କରିବେ ମୁଁ ରାଜି: ହୁଡ଼ା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏବେ ବିଜେପି, କଂଗ୍ରେସ ସହ ଆମ ଆଦମୀ ପାର୍ଟି ଜୋରସୋରରେ ପ୍ରଚାର କରୁଛନ୍ତି | ତେବେ ହରିୟାଣା କଂଗ୍ରେସରେ ସବୁ କିଛି ଠିକ ନଥିବା କୁହାଯାଉଛି | ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ଼ା ଓ କୁମାରୀ ସେଲଜାଙ୍କ ମଧ୍ୟରେ ବିବାଦ ଥିବାର ଗଣମାଧ୍ୟମରେ ଆଲୋଚନା ଜୋର ଧରିଛି |

    ଏହାରି ଭିତରେ ଆଜି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ଼ା ପୁଣି ଥରେ ଦୋହରାଇଛନ୍ତି ଯେ “ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ହିଁ ନେବେ ଏବଂ ଯାହା ବି ନିଷ୍ପତ୍ତି ନିଆଯିବ ଏହା ମୋ ପାଇଁ ଗ୍ରହଣୀୟ ହେବ।” କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ସେ ଅବସର ନେଇନାହାନ୍ତି କିମ୍ବା କ୍ଳାନ୍ତ ନୁହଁନ୍ତି। ହରିୟାଣା କଂଗ୍ରେସର ବରିଷ୍ଠ ନେତା ହୁଡା କହିଛନ୍ତି ଯେ ରାଜ୍ୟରେ କଂଗ୍ରେସକୁ ଏକ ବଡ଼ ଜନାଦେଶ ମିଳିବ।

    ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ ‘ଏଥର କଂଗ୍ରେସ ସରକାର ହେବ’। ଟିକେଟ୍ ବଣ୍ଟନ ପରେ କୁମାରୀ ସେଲଜା କିଛି ସମୟ ପାଇଁ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବା ପରେ କଂଗ୍ରେସରେ ଏକ ବିବାଦ ଲାଗି ରହିଥିଲା। ଯଦିଓ ହୁଡା ଏହାକୁ ଅସ୍ୱୀକାର କରିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ଭୁପେନ୍ଦ୍ର ସିଂ ହୁଡା କହିଛନ୍ତି ଯେ ହରିୟାଣାରେ କଂଗ୍ରେସ ଏକଜୁଟ ହୋଇଛି। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏକରୁ ଅଧିକ ଦାବିଦାର ରହିବା ଦଳକୁ ଅଧିକ ଶକ୍ତି ଦେବ।

    ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭୁପେନ୍ଦ୍ର ହୁଡା, କୁମାରୀ ସେଲଜା ଏବଂ ରଣଦୀପ ସିଂ ସୁରଜୱାଲାଙ୍କ ନାମ ଆଲୋଚନା ହୋଇଥିବାବେଳେ ଅନ୍ୟପଟେ ଭୁପେନ୍ଦ୍ର ହୁଡାଙ୍କ ପୁଅ ଦୀପେନ୍ଦ୍ର ହୁଡାଙ୍କ ବିଷୟରେ ମଧ୍ୟ ଆଲୋଚନା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ