Sunday, October 11, 2026
22.8 C
Odisha

    ଚେପଟିଆମ୍ବରେ ଝାଡ଼ାବାନ୍ତି ଥମୁନି: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

    ଆଗକୁ ପଢନ୍ତୁ

    ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ରେମେରା ପଞ୍ଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ ଝାଡ଼ାବାନ୍ତି ଥମିବାର ନାଁ ନେଉନି। ଗତ ୧୮ ଦିନ ମଧ୍ୟରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଭୋର ୩ଟା ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମଧୁ ଜାନୀ(୨୭)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଫଳରେ ଚେପଟିଆମ୍ବା ଗ୍ରାମରେ ଝଡାବାନ୍ତିରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି।ସେହିପରି ଗ୍ରାମରେ ବହୁ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ସୂଚନା ମିଳିଛି।

    ଗତକାଲି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ପଲ୍ଲବୀ ଜାନୀ(୫)ଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଆଜି ଭୋର ସକାଳୁ ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ମହିଳା ମୁଗାଇ ଜାନୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସେହିପରି ଅନେକ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେହିପରି ଝରିଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୪ ଘଣ୍ଟା ସ୍ୱାସ୍ଥ୍ୟ ସେବା ଚେପଟିଆମ୍ବରେ ଯୋଗାଇ ଦିଆଯାଇଛି ବୋଲି କହୁଥିବା ବେଳେ ଗତକାଲି ରାତ୍ର ୪ଘଣ୍ଟା ସମୟ ପରେ ଡାକ୍ତର ଟିମ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ ଆମ୍ବୁଲାନ୍ସ ଏବଂ ଡ୍ରାଇଭର ଥିବା ବେଳେ ଗୁରୁତର ଅବସ୍ଥାରେ ମୁଗାଇ ଜାନୀଙ୍କୁ ଝରିଗାଁ ଆଣିଥିବା ଅଭିଯୋଗ କରିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚେପଟିଆମ୍ବା ଗ୍ରାମରେ ଆୟୁଷ ଡାକ୍ତରମାନଙ୍କୁ ନିଯୁକ୍ତି କରାଯାଇଛି। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମବିବିଏସ୍ ଡାକ୍ତର ଥାଇ ମଧ୍ୟ ପଠା ଯାଉନଥିବା ଅଭିଯୋଗ ହୋଇଛି। ତେଣୁ ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେବା ପାଇଁ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ