Sunday, October 11, 2026
22.8 C
Odisha

    ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ବାମୀ

    ଆଗକୁ ପଢନ୍ତୁ

    କଣ୍ଟାମାଳ: ଗତକାଲି ରାତିରେ କଣ୍ଟାମାଳ ଥାନା ଚାରଭାଟି ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି! ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ବାମୀ। ସୂଚନା ଅନୁସାରେ ଘଣ୍ଟାପଡା ଥାନା ବଡ଼ବାହାଲ ଗ୍ରାମର ସର୍ବେଶ୍ବର ନାଏକ ଗତ ଅଢେଇ ବର୍ଷ ପୂର୍ବେ ଚାରଭାଟି ଗ୍ରାମର ଅହଲ୍ୟା ତରିଆକୁ ବାହା ହୋଇ କିଛି ଦିନ ହେଲା ଶ୍ବଶୁର ଘରେ ରହି ଆସୁଥିଲେ। ଗତରାତିରେ କୌଣସି କାରଣକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇ ସର୍ବେଶ୍ବର ଏଥିରେ ଉତକ୍ଷିପ୍ତ ହୋଇ ଘରେ ଥିବା ଟାଙ୍ଗିଆରେ ନିଜ ସ୍ତ୍ରୀ ଅହଲ୍ୟାର ବେକ କାଟି ଦେଇ ଫେରାର୍ ହୋଇ ଯାଇଥିଲ! ।

    ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅହଲ୍ୟାକୁ କଣ୍ଟାମାଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କଣ୍ଟାମାଳ ପୁଲିସ ପହଞ୍ଚି ଶବ ଜବତ କରି ଏକ ଅପରାଧିକ ମାମଲା ରୁଜ୍ଜୁକରି ଶବ ବ୍ୟବଛେଦ ପାଇଁ ମନମୁଣ୍ଡା ଡାକ୍ତରଖାନାକୁ ପଠାଇଥିବା ଥାନାଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ