Thursday, October 1, 2026
22.7 C
Odisha

    ଅଭିନେତ୍ରୀ କାଦମ୍ବରୀଙ୍କୁ ଅସଦାଚରଣ ଅଭିଯୋଗରେ ୩ ଆଇପିଏସ୍ ଅଫିସର ନିଲମ୍ବିତ

    ଆଗକୁ ପଢନ୍ତୁ

    ଅମରାବତୀ: ମୁମ୍ବାଇର ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଠୱାନୀଙ୍କୁ ଅସଦାଚରଣ ଓ ନିର୍ଯାତନା ମାମଲାରେ ସମ୍ପୃକ୍ତ ୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଆନ୍ଧ୍ରପ୍ରଦେଶ ସରକାର ନିଲମ୍ବିତ କରିଛନ୍ତି। ମହାନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କ ସମେତ ସମସ୍ତେ କେବଳ ତରବରିଆ ଭାବେ ମଡେଲଙ୍କୁ ଗିରଫ କରିନାହାନ୍ତି ବରଂ ତଦନ୍ତ ନକରି ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି।
    ଏକ ସରକାରୀ ଆଦେଶ ଅନୁଯାୟୀ, ଅଭିନେତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୂର୍ବତନ ଗୁଇନ୍ଦା ମୁଖ୍ୟ ପି. ସୀତାରାମା ଅଞ୍ଜନେୟୁଲୁ (ଡିଜି ପାହ୍ୟା), ବିଜୟୱାଡାର ପୂର୍ବତନ ପୋଲିସ କମିଶନର କାନ୍ତି ରାଣା ଟାଟା (ଡିଜି ପାହ୍ୟା) ଏବଂ ତତ୍କାଳୀନ ଡେପୁଟି କମିଶନର ଅଫ୍ ପୋଲିସ (ବିଜୟୱାଡା) ବିଶାଲ ଗୁନି (ଆରକ୍ଷୀ ଅଧୀକ୍ଷକ ପାହ୍ୟା)ଙ୍କୁ ନିଲମ୍ବିତ କରାଯାଇଛି।

    ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ ପୂର୍ବ ସରକାର ସମୟରେ ମୁମ୍ବାଇର ଜଣେ ବରିଷ୍ଠ ପୌର ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ନକଲେ ଭୟାବହ ପରିଣାମ ଭୋଗିବାକୁ ପୋଲିସ ଅଧିକାରୀମାନେ ତାଙ୍କୁ ଧମକ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ