Monday, October 5, 2026
31.3 C
Odisha

    ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଇସ୍ରାଏଲରେ ପଡ଼ିଲା ହୁତି କ୍ଷେପଣାସ୍ତ୍ର

    ଆଗକୁ ପଢନ୍ତୁ

    ଜେରୁଜେଲମ୍: ପ୍ରଥମ ଥର ପାଇଁ ୟେମେନର ହୁତି ଆତଙ୍କବାଦୀ ମାନେ ଇସ୍ରାଏଲ ଉପରେ ବଡ ଆକ୍ରମଣ କରିଛନ୍ତି । ଆଜି ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଇସ୍ରାଏଲରେ ହୁଥି କ୍ଷେପଣାସ୍ତ୍ର ପଡ଼ିଛି। ଏହାକୁ ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ର କୁହାଯାଉଛି । ୟେମେନରୁ କେନ୍ଦ୍ରୀୟ ଇସ୍ରାଏଲ ପର୍ଯ୍ୟନ୍ତ ୨୦୪୦ କିଲୋମିଟର (୧୨୭୦ ମାଇଲ) ଯାତ୍ରା କରିବାକୁ ଏହି କ୍ଷେପଣାସ୍ତ୍ରକୁ ମାତ୍ର ୧୧ ମିନିଟ୍ ୩୦ ସେକେଣ୍ଡ ସମୟ ଲାଗିଥିଲା। ଏହା ଇସ୍ରାଏଲ ସେନା ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଆଶ୍ଚର୍ଯ୍ୟ କରିଛି। ୟେମେନର ହୁତିମାନଙ୍କର ଏହି କ୍ଷେପଣାସ୍ତ୍ର କେନ୍ଦ୍ରୀୟ ଗାଜାରେ ପହଞ୍ଚିଛି ଏବଂ ଏହା ସ୍ପଷ୍ଟ କରିଛି ଯେ ହୁତି ମାନେ ଇସ୍ରାଏଲର ଯେକୌଣସି ସ୍ଥାନରେ ଆକ୍ରମଣ କରିବାକୁ ସକ୍ଷମ ।

    ୟେମେନରୁ କେନ୍ଦ୍ରୀୟ ଇସ୍ରାଏଲ ପର୍ଯ୍ୟନ୍ତ ୨୦୪୦ କିଲୋମିଟର (୧୨୭୦ ମାଇଲ) ଯାତ୍ରା କରିବାକୁ ଏହି କ୍ଷେପଣାସ୍ତ୍ରକୁ ମାତ୍ର ୧୧ ମିନିଟ୍ ୩୦ ସେକେଣ୍ଡ ସମୟ ଲାଗିଥିଲା। ଏହା ଇସ୍ରାଏଲ ସେନା ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଆଶ୍ଚର୍ଯ୍ୟ କରିଛି।
    ହୁତିବାସୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କଡ଼ା ଚେତାବନୀ ଦେଇଛନ୍ତି। ଉତ୍ତର ୟେମେନକୁ ନିୟନ୍ତ୍ରଣ କରୁଥିବା ଇରାନ-ହୁଥି ମେଣ୍ଟକୁ ଇସ୍ରାଏଲ ବଡ଼ ମୂଲ୍ୟ ଦେବ ବୋଲି ସେ କହିଛନ୍ତି। ହୁତି ସେନାର ମୁଖପାତ୍ର ୟାହାୟା ସାରେୟା କହିଛନ୍ତି ଯେ ତାଙ୍କ ସେନା ପକ୍ଷରୁ ଏକ ନୂତନ ହାଇପରସୋନିକ୍ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା ଯାହା ମାତ୍ର ୧୧ ମିନିଟ୍ ୩୦ ସେକେଣ୍ଡରେ ୨,୦୪୦ କିଲୋମିଟର (୧,୨୭୦ ମାଇଲ୍) ଅତିକ୍ରମ କରିଥିଲା। ଏହି କ୍ଷେପଣାସ୍ତ୍ର ଇସ୍ରାଏଲରେ ଏକ ଖୋଲା ସ୍ଥାନରେ ପଡ଼ିଥିଲା। ଯେଉଁଠି ବିରାଟ ଗାତ ହୋଇ ନିଆଁ ଲାଗିଯାଇଥିଲା । ତେବେ ଜନବସତି ନଥିବାରୁ ଏଠାରେ କୌଣସି କ୍ଷୟକ୍ଷତି ହୋଇନାହିଁ।

    ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଯେ କ୍ଷେପଣାସ୍ତ୍ରଟି ଆକାଶରେ ହିଁ ନଷ୍ଟ ହୋଇଯାଇଥିଲା । ଆଇରନ ଡୋମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବ୍ୟବହାର କରି ଉକ୍ତ କ୍ଷେପଣାସ୍ତ୍ରକୁ ନଷ୍ଟ କରାଯାଇଥିଲା ବୋଲି ଇସ୍ରାଏଲର ସେନା ସୂଚନା ଦେଇଛି । କିନ୍ତୁ ବିଭିନ୍ନ ଅନ୍ତର୍ଜାତୀୟ ମିଡିଆର ସୂଚନା ଅନୁସାରେ କ୍ଷେପଣାସ୍ତ୍ରଟି ଇସ୍ରାଏଲର ଏକ ଏୟାରପୋର୍ଟ ନିକଟରେ ପଡ଼ିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ