Saturday, October 17, 2026
22.3 C
Odisha

    ପୁଣେରେ ହେଲିକପ୍ଟର ଦୁର୍ଘଟଣାରେ ୩ ମୃତ

    ଆଗକୁ ପଢନ୍ତୁ

    ପୁଣେ: ଆଜି ସକାଳେ ବିମାନ ଉଡ଼ାଣର କିଛି ସମୟ ପରେ ପୁଣେ ନିକଟସ୍ଥ ବାଭଧାନ୍‌ରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହା ଏକ ସରକାରୀ ନା ବେସରକାରୀ ହେଲିକପ୍ଟର ତାହା ଏପର୍ଯ୍ୟନ୍ତି ଜଣା ପଡିନାହିଁ। ହେଲିକପ୍ଟରରେ ଦୁଇଜଣ ପାଇଲଟ୍ ଏବଂ ଜଣେ ଇଞ୍ଜିନିୟର ଥିଲେ ବୋଲି ସୂଚନା ରହିଛି।

    ପୁଣେର ପିମ୍ପ୍ରି ଚିଞ୍ଚୱାଡ ପୁଲିସ କହିଛି ଯେ ଆଜି ସକାଳ ପ୍ରାୟ ୬.୪୫ ସମୟରେ ଏକ ପାହାଡ ଅଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

    ସିନିୟର ଇନ୍ସପେକ୍ଟର କାହ୍ନେୟା ଥୋରାଟ କହିଛନ୍ତି, “ପୁଣେ ଜିଲ୍ଲାର ବାଭଧାନ ଅଞ୍ଚଳରେ ଏକ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏପର୍ଯ୍ୟନ୍ତ ହେଲିକପ୍ଟରଟି କାହା ଥିଲା ତାହା ଜଣା ପଡିନାହିଁ।”

    ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ହେଲିକପ୍ଟରଟି ଅକ୍ସଫୋର୍ଡ ଗଲ୍ଫ କ୍ଲବ୍ର ହେଲିପ୍ୟାଡରୁ ଉଡ଼ାଣ ଭରିଥିଲା ଏବଂ ସେହି ଅଞ୍ଚଳରେ ଘନ କୁହୁଡି ହେତୁ ଦୁର୍ଘଟଣାଗ୍ରସ୍ତ ହୋଇ ଥାଇପାରେ। ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ସେଠାରେ ଏବେ ପ୍ରବଳ ଧୁଆଁ ଦେଖିବାକୁ ମିଳୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ