Sunday, October 4, 2026
24.3 C
Odisha

    ଇରାନ-ଇସ୍ରାଏଲ ମଧ୍ୟରେ ଘଟୁଥିବା ଘଟଣାକୁ ନେଇ ଆମେ ଚିନ୍ତିତ: ଏସ୍‌ ଜୟଶଙ୍କର

    ଆଗକୁ ପଢନ୍ତୁ

    ନୂଆଦିଳ୍ଳୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ‘‘ପୂର୍ବରୁ ବିବାଦକୁ ନେଇ ଭାରତ ଚିନ୍ତିତ ଥିବାବେଳେ ଏବେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ପୂର୍ଣ୍ଣ ଯୁଦ୍ଧରେ ପରିଣତ ହେବାର ଆଶଙ୍କା ରହିଛି।’’ ମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ କୌଣସି ବି ଦେଶ ଅନ୍ତର୍ଜାତୀୟ ମାନବିକ ନିୟମ ପାଳନ କରିବା ସହ ସାଧାରଣ ନାଗରିକଙ୍କ କ୍ଷତି ନକରିବା ଆବଶ୍ୟକ।କେବଳ ଲେବାନନରେ ଘଟିଥିବା ଘଟଣାକୁ ନେଇ ଚିନ୍ତିତ ନାହୁଁ। ବରଂ ହୁତି, ରେଡ୍‌ ସି ଏବଂ ଇରାନ୦ଇସ୍ରାଏଲ ମଧ୍ୟରେ ଘଟିଥିବା ସମସ୍ତ ଘଟଣାକୁ ନେଇ ଚିନ୍ତିିତ।

    ଲେବାନନ୍ ଉପରେ ଇସ୍ରାଏଲ ସେନାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି ଉପୁଜିଛି। ଆଜି ଇରାନ ଇସ୍ରାଏଲ ବିରୋଧରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। କେନ୍ଦ୍ରୀୟ ଇସ୍ରାଏଲ ସମେତ ସମସ୍ତ ପ୍ରମୁଖ ଅଞ୍ଚଳକୁ ଟାର୍ଗେଟ୍‌ କରି ଇରାନ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି। ଭାରତୀୟ ସମୟ ରାତି ୧୦ଟା ୨୦ରୁ ତୀବ୍ର ଆକ୍ରମଣ ଆରମ୍ଭ ହୋଇଛି ଏବଂ ମାତ୍ର ୧୦ ମିନିଟ୍‌ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୪ ଶହ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନେକ ଟାର୍ଗେଟ୍‌ରେ ପହଞ୍ଚୁଥିବାରୁ ଭୟାନକ ସ୍ଥିତି ଉପୁଜିଛି। ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଆଶ୍ରୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ