Monday, September 23, 2024
29.3 C
Odisha

    ଝରଣା ପାଣିରେ ଭାସିଗଲେ ୬ ଡାକ୍ତରୀ ଛାତ୍ରଛାତ୍ରୀ: ୨ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ଜଳ ପ୍ରପାତରେ ବୁଡ଼ି ୨ଡାକ୍ତରୀ ଛାତ୍ରୀ ମୃତ ଓ ଜଣେ ଡାକ୍ତରୀ ଛାତ୍ରୀ ଉଦ୍ଧାର, ୩ଜଣ ନିଖୋଜ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳତରଙ୍ଗିନୀ ନାମକ ଝରଣାକୁ ୧୩ଜଣ ଡାକ୍ତରୀ ଛାତ୍ର ବୁଲିବାକୁ ଯାଇଥିଲେ । ତେବେ ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବା ବେଳେ ହଠାତ ପ୍ରଖର ସ୍ରୋତର ଜଳ ଆସିବାରୁ ୪ଜଣ ଝିଅ ଛାତ୍ରୀ ଓ ଜଣେ ଛାତ୍ର ପାଣି ମଧ୍ୟରେ ଭାସି ଯାଇଥିଲେ। ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରଯାଇଥିଲା ଏବଂ ଅନ୍ୟ ୩ଜଣ ଛାତ୍ରୀ ପାଣି ମଧ୍ୟରେ ଭାସି ଯାଇଥିଲେ। ଉଦ୍ଧାର ହୋଇଥିବା ୨ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । 
    ଅନ୍ୟପଟେ ପାଣିରେ ଭାସି ଯାଇଥିବା ୩ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସି ଜାରି ଥିବା ଜଣାପଡିଛି। ଏହି ଛାତ୍ରଛାତ୍ରୀମାନେ ଏଲୁର ମେଡିକାଲ କଲେଜର ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    79 %
    1.5kmh
    100 %
    Mon
    28 °
    Tue
    31 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ