Saturday, July 27, 2024
24.5 C
Odisha

    ୧୦ ବର୍ଷରେ ୩ ଗୁଣା ବଢିଲାଣି ଅବକାରୀ ରାଜସ୍ୱ ଆଦାୟ

    ଆଗକୁ ପଢନ୍ତୁ

    ନିଶା କବଳରେ ଓଡିଶା । ରାଜ୍ୟରେ ବର୍ଷକୁ ବର୍ଷ ବଢୁଛି ନିଶା କାରବାର । ବିଧାନସଭା ପ୍ରଶ୍ନୋତ୍ତରରେ ମଙ୍ଗଳବାର ଅବକାରୀ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ । ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୩ ଗୁଣା ବୃଦ୍ଧି ପାଇଛି ଅବକାରୀ ରାଜସ୍ୱ ଆଦାୟ । ସେହିପରି ୨୦୨୨-୨୩ ବର୍ଷରେ ରାଜ୍ୟରୁ ୬୩ କୋଟି ୪୫ ଲକ୍ଷ ଟଙ୍କାର ଚୋରା ନିଶା ଦ୍ରବ୍ୟ ଜବତ କରାଯାଇଛି ବୋଲି ମନ୍ତ୍ରୀ ତଥ୍ୟ ରଖିଛନ୍ତି ।ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କୁ ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ ଯେ, ୨୦୧୦-୧୧ରେ ରାଜ୍ୟରେ କେତେ ଅବକାରୀ ରାଜସ୍ୱ ଥିଲା? ଏବଂ ୨୦୨୨-୨୩ରେ ଏହା କେତେ ଅଛି? ଏହାର ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ଯେ, ୨୦୧୦-୧୧ରେ ରାଜ୍ୟର ଅବକାରୀ ରାଜସ୍ୱ ଥିଲା ୧୦୯୪.୩୮ କୋଟି । ଯାହାକି ୨୦୨୨-୨୩ ବେଳକୁ ବୃଦ୍ଧି ପାଇଁ ୬୪୫୫.୦୬ କୋଟିରେ ପହଞ୍ଚିଛି । ମିଳିଥିବା ତଥ୍ୟ ମୁତାବକ, ଗତ ୧୦ ବର୍ଷ ଭିତରେ ରାଜ୍ୟରେ ଅବକାରୀ ରାଜସ୍ୟ ୩ ଗୁଣା ବୃଦ୍ଧି ପାଇଛି ।୨୦୧୩-୧୪ ଆର୍ଥିକ ବର୍ଷରେ ରାଜ୍ୟରୁ ମୋଟ ୧୭୮୦.୨୯ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ କରାଯାଇଥିଲା । ଏହାପରେ ୨୦୧୪-୧୫କୁ ଏହା ୨୦୩୮.୭୯ କୋଟିରେ ପହଞ୍ଚିଥିଲା । ସେବେଠୁ ପ୍ରତିବର୍ଷ ରାଜ୍ୟର ଅବକାରୀ ରାଜସ୍ୱ ବୃଦ୍ଧି ପାଇବାରେ ଲାଗିଛି । ଗତ ଆର୍ଥିକ ବର୍ଷରେ ରାଜ୍ୟରୁ ମୋଟ ୬୪୫୫.୦୬ କୋଟିର ଅବକାରୀ ରାଜସ୍ୱ ଆଦାୟ ହେଇଥିବାବେଳେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ କେବଳ ୪୮୯୭.୭୪ କୋଟି ଅବକାରୀ ରାଜସ୍ୱ ଆଦାୟ ହେଇସାରିଲାଣି । ଅନୁମାନ କରାଯାଉଛି ଯେ, ଏବର୍ଷ ଅବକାରୀ ରାଜସ୍ୱ ଗତ ବର୍ଷର ଆୟକୁ ମଧ୍ୟ ଟପିଯିବ ।ସେପଟେ ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନର ଉତ୍ତର ରଖି ଅବକାରୀ ମନ୍ତ୍ରୀ ଯାହା ତଥ୍ୟ ରଖିଛନ୍ତି, ତାହା ଆଶ୍ଚର୍ଯ୍ୟଜନକ । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରୁ ମୋଟ ୬୩ କୋଟି ୪୫ ଲକ୍ଷ ଟଙ୍କାର ଚୋରା ନିିଶାଦ୍ରବ୍ୟ ଜବତ କରିଛି ବିଭାଗ । ଏହା ମଧ୍ୟରେ ୩୧ କେଜି ୭୯୬ ଗ୍ରାମ ବ୍ରାଉନସୁଗାର ରହିଥିବାବେଳେ, ୪୨ ହଜାର ୨୫୪ କେଜି ଗଞ୍ଜେଇ, ୧୯୫୯ କେଜି ଅଫିମ ଏବଂ ୭ ହଜାର ୩୩୫ ଲିଟର କଫ୍ ସିରପ୍ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ