Saturday, July 27, 2024
24.8 C
Odisha

    ମନ୍ତ୍ରୀ ଓ ଆଇଏଏସ ମାନେ ସରକାରୀ ସ୍କୁଲରେ ନିଜ ପିଲାଙ୍କ ନାଁ ଲେଖାନ୍ତୁ । କାହିଁକି କେଜ୍ରିୱାଲ କହିଲେ ଏମିତି କଥା?

    ଆଗକୁ ପଢନ୍ତୁ

    ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଶିକ୍ଷାମନ୍ତ୍ରୀ ଆତିଶି ଏକ ସରକାରୀ ସ୍କୁଲର ନୂଆ ବିଲ୍ଡିଂ ଉଦଘାଟନ କରିଛନ୍ତି । ଏହାସହ ସହ କେଜ୍ରିୱାଲ କହିଛନ୍ତି, ଆଜି କିଛି ବିଧାୟକ ସରକାରୀ ସ୍କୁଲରେ ନିଜ ପିଲାଙ୍କ ନାଁ ଲେଖାଇଛନ୍ତି । କିନ୍ତୁ ଆମେ ଚାହୁଁଛୁ ମନ୍ତ୍ରୀ ଓ ଅଫିସର ମଧ୍ୟ ନିଜ ପିଲାଙ୍କ ନାଁ ସରକାରୀ ସ୍କୁଲରେ ଲେଖାଇବାକୁ ଆଗେଇ ଆସନ୍ତୁ । ଶିକ୍ଷାମନ୍ତ୍ରୀ ଆତିଶି କହିଛନ୍ତି, ସରକାରୀ ସ୍କୁଲର ନୂଆ ବିଲ୍ଡିଂ ଦେଖି ପୁରୁଣା ସମୟକୁ ଭୁଲିବା ଉଚିତ୍ ନୁହେଁ । ୨୦୧୫ରେ ଦିଲ୍ଲୀରେ କେଜ୍ରିୱାଲ ସରକାର ଆସିବା ପରେ ସ୍କୁଲ ଗୁଡିକରର ଭିତ୍ତିଭୂମି ସୁଦୃଢ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ । ସେତେବେଳେ ସରକାରୀ ସ୍କୁଲର ଅବସ୍ଥା ଦେଖିଲେ ଦୁଃଖ ଲାଗୁଥିଲା । କିନ୍ତୁ କେଜ୍ରିୱାଲଙ୍କ ନେତୃତ୍ୱରେ ଗତ ୯ ବର୍ଷରେ ଦିଲ୍ଲୀର ସ୍କୁଲ ଗୁଡିକର ଅବସ୍ଥାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୫ରେ ସ୍କୁଲର ଶ୍ରେଣୀଗୃହର ସଂଖ୍ୟା ୨୪ ହଜାର ଥିଲା କିନ୍ତୁ ୨୦୨୪ରେ ଏହି ସଂଖ୍ୟା ବୃଦ୍ଧି ପାଇ ୪୪ ହଜାରରେ ପହଞ୍ଚିଛି । ପୂର୍ବରୁ ବେସରକାରୀ ସ୍କୁଲରେ ନାମ ଲେଖାଇବା ପାଇଁ ଲାଇନ ଲାଗୁଥିଲା । କିନ୍ତୁ ଏବେ ସରକାରୀ ସ୍କୁଲରେ ନାମ ଲେଖାଇବା ପାଇଁ ଲାଇନ ଲାଗୁଛି । କେଜ୍ରିୱାଲ କହିଛନ୍ତି, ସ୍କୁଲକୁ ପଶିବା କ୍ଷଣି ଏକ ଭିନ୍ନ ଅନୁଭବ ହେଲା । ଏଭଳି ସ୍କୁଲରେ ପଢିବାକୁ ଇଚ୍ଛା ଜାଗ୍ରତ ହେଲା । ପ୍ରତିଷ୍ଠିତ ବେସରକାରୀ ସ୍କୁଲ ଠାରୁ ଭଲ ସୁବିଧା ସରକାରୀ ସ୍କୁଲରେ ରହିଛି । ଦିଲ୍ଲୀରେ ପୂର୍ବ ଅପେକ୍ଷା ଅଧିକ ସଂଖ୍ୟକ ସରକାରୀ ସ୍କୁଲ ଖୋଲୁଛି । ଏବେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଗର୍ବରେ କହୁଛନ୍ତି ଆମେ ସରକାରୀ ସ୍କୁଲରେ ପଢୁଛୁ । ଗତ ୯ ବର୍ଷ ଭିତରେ ଏଭଳି ପରିବର୍ତ୍ତନ ଦିଲ୍ଲୀରେ ଆସିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ