Saturday, October 3, 2026
28.9 C
Odisha

    ରୁଷ୍‌ ସହ ମିଶ୍ରଣ ସପକ୍ଷରେ ୩୦% ୟୁକ୍ରେନବାସୀ

    ଆଗକୁ ପଢନ୍ତୁ

    କିବ୍‌: ୟୁକ୍ରେନକୁ ନାଟୋର ସଦସ୍ୟତା ବିରୋଧରେ ଆରମ୍ଭ ହୋଇଥିବା ବିବାଦ ରୁଷ୍‌ ଓ ୟୁକ୍ରେନ ଯୁଦ୍ଧରେ ପରିବର୍ତ୍ତିତ ହୋଇ ଏହା ମଧ୍ୟରେ ୮୮୦ ଦିନ ଅତିବାହିତ ହୋଇଗଲାଣି। ନାଟୋ ରାଷ୍ଟ୍ରଙ୍କ ଆର୍ଥିକ ଓ କୂଟନୈତିକ ବହିଷ୍କାର, ଯୁଦ୍ଧନିମନ୍ତେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହାୟତା, ମିଳିତ ଜାତିସଂଘର ଚାପ ସତ୍ତ୍ବେ ରୁଷ୍‌ ଏହି ଯୁଦ୍ଧରୁ ପଛଘୁଞ୍ଚା ଦେଇନାହିଁ। ଏହି ସମୟରେ ୟୁକ୍ରେନର ଏକ ଜଣାଶୁଣା ସମାଜବିଜ୍ଞାନ ଗବେଷଣା ସଂସ୍ଥାନ ପକ୍ଷରୁ କରାଯାଇଥିବା ସର୍ଭେରେ ୟୁକ୍ରେନର ଏକ ତୃତୀୟାଂଶ ବାସିନ୍ଦା ରୁଷ୍‌ରେ ମିଶ୍ରଣ ସପକ୍ଷରେ ମତ ଦେଇଛନ୍ତି। କିବ୍‌ ଇଣ୍ଟରନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଓଲୋଜି ନିକଟରେ ଏକ ସର୍ଭେ କରିଥିଲା ଏବଂ ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ମଇ ୧୬ ରୁ ୨୨ ତାରିଖ ମଧ୍ୟରେ ସର୍ବେକ୍ଷଣ ଅନୁଷ୍ଠିତ ହୋଇଥିଲା।

    ଏଥିରେ ରୁଷ୍‌ ଦଖଲ କରିଥିବା ୟୁକ୍ରେନ୍‌ର ୧୦୬୭ ବାସିନ୍ଦାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୨ ପ୍ରତିଶତ ଲୋକ ରୁଷ୍‌ରେ ମିଶ୍ରଣ ସପକ୍ଷରେ ମତ ଦେଇଛନ୍ତି। ୨୦୨୩ରେ କରାଯାଇଥିବା ସର୍ଭେରେ ଏହା ୧୦ ପ୍ରତିଶତ ଥିଲା ଓ ୨୦୨୩ ଡିସେମ୍ବରରେ ହୋଇଥିବା ସର୍ଭେରେ ଏହା ୧୯ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେବେ ୫୫ ପ୍ରତିଶତ ୟୁକ୍ରେନ ବାସିନ୍ଦା କୌଣସି ପରିସ୍ଥିତିରେ ରୁଷ ସହ ମିଶ୍ରଣକୁ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୨୯ ମାସ ଯୁଦ୍ଧରେ ରୁଷ୍‌ ସେନା ୟୁକ୍ରେନର ୧୮ ପ୍ରତିଶତ ଅଞ୍ଚଳକୁ ନିଜ ଦଖଲକୁ ନେଇଛି। ଏହାପୂର୍ବରୁ ୨୦୧୪ରେ ୟୁକ୍ରେନର ପ୍ରମୁଖ ବନ୍ଦର ଅଞ୍ଚଳ କ୍ରିମିଆକୁ ନିଜ ଦଖଲକୁ ନେଇ ରୁଷ୍‌ ନିଜ ସୀମାରେ ବିଧିବଦ୍ଧ ଭାବେ ମିଶ୍ରଣ କରାଇନେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ