Saturday, October 3, 2026
28.9 C
Odisha

    ଲୋୟର ସୁକତେଲ ପ୍ରକଳ୍ପ ପ୍ରଶ୍ନ ନେଇ ଅଡୁଆରେ ପଡ଼ିଲେ ନିରଞ୍ଜନ ପୂଜାରୀ: ଘେରିଲେ କନକ ବର୍ଦ୍ଧନ-ମୁକେଶ ମହାଲିଙ୍ଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଗୁରୁବାର ବିଧାନସଭାରେ ଶାସକ ଆଉ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କକୁ ଘେରିବା ଆରମ୍ଭ କରିଥିଲେ।ପ୍ରଶ୍ନକାଳରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ, ଲୋୟର ସୁକତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରବରିଆ ଭାବେ ଲୋକାର୍ପଣ କରାଯାଇଥିଲା। ଡିପିଆର ଅନୁଯାୟୀ, ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ। ବର୍ତ୍ତମାନ ବିଧାୟକ ପ୍ରକଳ୍ପର ପାଣି ଲୋକଙ୍କ ପାଖରେ ପହଞ୍ଚିଥିବା କହୁଛନ୍ତି, ତାହା ଠିକ ନୁହେଁ ବୋଲି ଉଭୟ ମନ୍ତ୍ରୀ କହିଥିଲେ।

    ଅନ୍ୟପଟେ ଏହି ପ୍ରକଳ୍ପରୁ ବର୍ତ୍ତମାନ ସୁଦ୍ଧା ଗୋଟେ ଇଞ୍ଚ ଜମିକୁ ବି ଜଳସେଚନ ହୋଇନି । କେବଳ ନଦୀରେ ପାଣି ଚାଲିଛି କିନ୍ତୁ କେନାଲରେ ନାହିଁ । ୮ ମିଟରରୁ ଅଧିକ ପାଣି ରଖିଲେ ବନ୍ଧ ଭାଙ୍ଗିଯିବ ବୋଲି ମନ୍ତ୍ରୀ କହିଛନ୍ତି ।

    ସେହିପରି ପୂର୍ବ ସରକାର ପ୍ରତ୍ୟେକ ବ୍ଲକ୍‌ରେ ୩୫ ପ୍ରତିଶତ ଜଳସେଚନ ନେଇ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଆମେ ବର୍ତ୍ତମାନ ଜଳସେଚନକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ