Tuesday, March 4, 2025
22.9 C
Odisha

    ୮ ମାସ ଭିତରେ ଗୋଟିଏ ଯୋଜନାରେ ଏକ କୋଟି ମହିଳାଙ୍କୁ ଅର୍ଥ ମିଳିବା ଇତିହାସ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମାର୍ଚ୍ଚ ୩୧ ତାରିଖ ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ। ୮ ମାସ ଭିତରେ ଗୋଟିଏ ଯୋଜନାରେ ଏକ କୋଟି ମହିଳାଙ୍କୁ ଅର୍ଥ ମିଳିବା ଏକ ଇତିହାସ। ଏଭଳି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସେ କହିଛନ୍ତି, ଚଳିତ ମାସ ୬ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା। ଏହି ପର୍ଯ୍ୟାୟରେ ଲକ୍ଷେ ୭୦ ହଜାର ମହିଳା ସୁଭଦ୍ରା ଟଙ୍କା ପାଇବେ। ସେହିଭଳି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ପ୍ରଦାନ କରାଯିବ। ହିତାଧିକାରୀଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳି ସାରିଛି। ଏବେ ୬ ତାରିଖରେ ୫ମ ପର୍ଯ୍ୟାୟ ଟଙ୍କା ମିଳିବ।

    ଚଳିତ ବର୍ଷ ମହିଳା ହିତାଧିକାରୀମାନେ ୩ ଥର ପାଇବେ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୮ ତାରିଖ ଓ ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ। ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ। ତା’ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଗତବର୍ଷ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା । ଭୁବନେଶ୍ୱରରେ ଆୟୋଜିତ ଏକ ହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ କରିଥିଲେ। ସରକାର ପ୍ରତି ବର୍ଷ ୨ଟି କିସ୍ତିରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଏହି ପରି ୫ ବର୍ଷରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    32 %
    1.6kmh
    82 %
    Mon
    23 °
    Tue
    35 °
    Wed
    36 °
    Thu
    35 °
    Fri
    36 °

    ସମ୍ବନ୍ଧିତ