Sunday, October 11, 2026
25 C
Odisha

    ଲଣ୍ଡନରେ ଗଡ଼ିଲା ପ୍ରଭୁ ଜଗନ୍ନାଥଙ୍କ ରଥ, ବିଦେଶ ମାଟିରେ ଗୁଞ୍ଜରିତ ହେଲା ‘ଜୟ ଜଗନ୍ନାଥ’ ଧ୍ୱନି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଲଣ୍ଡନରେ ଗଡ଼ିଲା ପ୍ରଭୁ ଜଗନ୍ନାଥଙ୍କ ରଥ! ବିଦେଶ ମାଟିରେ ଗୁଞ୍ଜରିତ ହେଲା ‘ଜୟ ଜଗନ୍ନାଥ’ ଧ୍ୱନି ।  ବିଲାତ ମାଟିରେ ଗୁଞ୍ଜରିତ ହେଲା ହରିବୋଲ ଓ ହୁଳହୁଳିର ଶବ୍ଦ ।  ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ (SJSUK) ଆନୁକୂଲ୍ୟରେ ଲଣ୍ଡନରେ ଅତି ଆଡ଼ମ୍ବର ଓ ଭକ୍ତିପୂର୍ଣ୍ଣ ପରିବେଶରେ ଆୟୋଜିତ ହୋଇଯାଇଛି ‘ରଥଯାତ୍ରା ୨୦୨୬’ ।

    ଗତ ଜୁଲାଇ ୧୬ ତାରିଖ ପବିତ୍ର ତିଥିରେ ସାଉଥଲ୍ ସ୍ଥିତ ଶ୍ରୀ ରାମ ମନ୍ଦିରରେ ଏବଂ ଜୁଲାଇ ୧୮ ତାରିଖରେ ହେଜ୍ ର ନବନଟ୍ ସେଣ୍ଟରଠାରେ ବିଶାଳ ସାର୍ବଜନୀନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।  ଏହି ଶ୍ରଦ୍ଧାର ପର୍ବରେ ହଜାର ହଜାର ଜଗନ୍ନାଥ ପ୍ରେମୀ ଏକାଠି ହୋଇ ସମ୍ପୂର୍ଣ୍ଣ ଲଣ୍ଡନକୁ ଏକ ଆଧ୍ୟାତ୍ମିକ ନଗରୀରେ ପରିଣତ କରିଦେଇଥିଲେ  ।

    ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବା ପାଇଁ କାଳିଆ ସାଆନ୍ତଙ୍କର ଏହି ନନ୍ଦିଘୋଷ ଯାତ୍ରା। ପୁରୀ ଶ୍ରୀକ୍ଷେତ୍ର ଧାମର ପବିତ୍ର ପରମ୍ପରାକୁ ଆଖି ଆଗରେ ରଖି ଭଜନ, କୀର୍ତ୍ତନ ଏବଂ ପ୍ରାର୍ଥନା ମାଧ୍ୟମରେ ସୁଦୂର ଲଣ୍ଡନରେ ମଧ୍ୟ ବଡ଼ଦାଣ୍ଡର ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରାଯାଇଥିଲା।  ପହାଣ୍ଡି ବିଜେ, ଛେରା ପହଁରା ଓ  ରଥ ପ୍ରତିଷ୍ଠା ପରେ ମହାପ୍ରଭୁଙ୍କୁ ସୁସଜ୍ଜିତ ଟାହିଆ ଲାଗି କରାଯାଇ ଆଜ୍ଞାମାଳ ଅର୍ପଣ କରାଯାଇଥିଲା ।

    ଏହାପରେ “ଜୟ ଜଗନ୍ନାଥ” ଧ୍ୱନି ମଧ୍ୟରେ ଧାଡ଼ି ପହାଣ୍ଡି ହୋଇ ଚତୁର୍ଦ୍ଧାମୂର୍ତ୍ତି ସୁନ୍ଦର ଭାବେ ସଜାଯାଇଥିବା ରଥ ଉପରକୁ ବିଜେ କରିଥିଲେ ।  ଏହାପରେ ଭାବାବେଗପୂର୍ଣ୍ଣ ମାହୋଲ ମଧ୍ୟରେ ଶ୍ରଦ୍ଧାଳୁମାନେ ରଥଟାଣି ନିଜକୁ ଧନ୍ୟ ମନେକରିଥିଲେ। ଶ୍ରଦ୍ଧାଳୁଙ୍କ ପାଇଁ ଖେଚୁଡ଼ି, ଡାଲମା ଓ ସୁଖିଲା ଭୋଗ ସହ ମହାପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ