Saturday, August 22, 2026
24.2 C
Odisha

    ୩୩୭ କେଜି ଗଞ୍ଜେଇ ଜବତ, ୬ ଗିରଫ

    ଆଗକୁ ପଢନ୍ତୁ

    ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ପୁଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣ ବେଳେ ୬ ଜଣଙ୍କୁ ଗିରଫ କରିଛନ୍ତି ଏହି ଦୁଇଟି ଅଞ୍ଚଳର ପୁଲିସ୍। ଗିରଫ ୬ ଜଣଙ୍କଠାରୁ ୩୩୭ କେଜି ଗଞ୍ଜେଇ ଜବତ କରାଯାଇଛି। ବଲାଙ୍ଗୀର ଏସପି ରୁଷିକେଶ ଖିଲାରୀ ଆଜି ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।

    ଏସପି କହିଛନ୍ତି, ବାଲିଗୁଡ଼ା ଅଞ୍ଚଳରୁ ଦୁଇଟି ପିକଅପ ଭ୍ୟାନରେ ବଲାଙ୍ଗୀର ଜିଲ୍ଲା ଦେଇ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆମକୁ ସୂଚନା ମିଳିଥିଲା। ତେଣୁ ବଲାଙ୍ଗୀର ଜିଲ୍ଲାରେ ପୁଲିସ କଡ଼ା ନାକାବନ୍ଦୀ କରିଥିଲା। ଟିଟିଲାଗଡ଼ରେ ଗାଡ଼ି ଯାଞ୍ଚ ଚାଲିଥିବା ବେଳେ ସନ୍ଦେହରେ ଏକ ପିକଅପ ଭ୍ୟାନକୁ ଅଟକାଇଥିଲେ ପୁଲିସ ଟିମ୍। ଯାଞ୍ଚ କଲାବେଳେ ସେହି ପିକଅପ ଭ୍ୟାନରୁ ଗଞ୍ଜେଇ ମିଳିଥିଲା। କପଡ଼ାରେ ଭର୍ତ୍ତି ହୋଇଥିବା ଏହି ପିକଅପ ଭ୍ୟାନରେ ଏକ ସ୍ୱତନ୍ତ୍ର ଚାମ୍ବର ତିଆରି କରାଯାଇ ଗଞ୍ଜେଇ ରଖାଯାଇଥିଲା। ସେଥିରୁ ୨୪୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହା ସହିତ ସେହି ପିକଅପ ଭ୍ୟାନରେ ଥିବା ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଏହି ଅଭିଯୁକ୍ତମାନଙ୍କର ଆଉ ଗୋଟିଏ ପିକଅପ ଗାଡ଼ି କଣ୍ଟାବାଞ୍ଜି ଦେଇ ଯାଉଥିଲା। ପୁଲିସ ତାକୁ ଅଟକାଇ ଯାଞ୍ଚ କଲାବେଳେ ସେଥିରୁ ୯୪ କେଜି ଗଞ୍ଜେଇ ପାଇଥିଲା। ଏହା ସହିତ ଡ୍ରାଇଭର ନୀଳକଣ୍ଠ ମହାନନ୍ଦଙ୍କୁ ପୁଲିସ ଗିରଫ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    95 %
    1.3kmh
    100 %
    Sat
    24 °
    Sun
    29 °
    Mon
    26 °
    Tue
    26 °
    Wed
    30 °

    ସମ୍ବନ୍ଧିତ