Saturday, October 3, 2026
28.9 C
Odisha

    ନିତି ଆୟୋଗକୁ ବନ୍ଦ କର : ମମତା ବାନାର୍ଜୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର (୨୭ ଜୁଲାଇ ୨୦୨୪) ଦିଲ୍ଲୀରେ ନିତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ବୈଠକର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୃଢ଼ ସ୍ୱର ଦେଖାଇ ନିତି ଆୟୋଗକୁ ବନ୍ଦ କରିବାକୁ କହିଥିଲେ।

    ନିତି ଆୟୋଗକୁ ଉଚ୍ଛେଦ କରି ପୂର୍ବର ଯୋଜନା ଆୟୋଗକୁ ଫେରାଇ ଆଣନ୍ତୁ। ଯୋଜନା ଆୟୋଗ ଥିଲା ନେତାଜୀ ବୋଷଙ୍କ ଚିନ୍ତାଧାରା। ଆଭ୍ୟନ୍ତରୀଣ କଳହରେ ପଡ଼ିବ ଏହି ସରକାର, ଅପେକ୍ଷା କର। ଏହି ଗସ୍ତରେ ମୋ ପାଖରେ ଅଧିକ ସମୟ ନାହିଁ, ତେଣୁ ମୁଁ କୌଣସି ନେତାଙ୍କୁ ଭେଟିପାରୁନାହିଁ। ମୁଁ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କୁ ଭେଟିବାକୁ ଚାହୁଁଥିଲି, ମୁଁ ତାଙ୍କ ସହ କଥା ହେବି ବୋଲି ସେ କହିଛନ୍ତି।

    ଏହି ସମୟରେ ମମତା ବାନାର୍ଜୀ ମଧ୍ୟ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିଜେପିର ସୂର୍ଯ୍ୟ ଅସ୍ତ ହେଉଛି। ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ମେଣ୍ଟ ଜିତିବ। ହରିୟାଣାରେ ବିଜେପି ହାରିବ ଏବଂ ଝାଡ଼ଖଣ୍ଡରେ ହେମନ୍ତ ସୋରେନ ପୁଣି ଜିତିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ