Saturday, April 4, 2026
29.2 C
Odisha

    ଗଞ୍ଜାମରେ ଦୁଇ ବର୍ଷରେ ୩୩୮୯ ସମ୍ପତ୍ତି ଅପରାଧ ମାମଲା: ଘର ଓ ମନ୍ଦିର ତାଲାଭାଙ୍ଗି ଲୁଟ୍‌ ବଢ଼ିଛି

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଅପରାଧ ପ୍ରବଣ ଗଞ୍ଜାମ ଜିଲ୍ଲାରେ ପୂର୍ବଭଳି ବଡ଼ ଧରଣର ଅପରାଧ ଘଟୁ ନାହିଁ। ଗ୍ୟାଙ୍ଗ୍‌ୱାର୍‌ ପ୍ରାୟତଃ ଥମିଥିବା ବେଳେ ବହୁ ପେସାଦାର ଅପରାଧୀ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। କିନ୍ତୁ ଲୋକଙ୍କ ଧନ ସମ୍ପତ୍ତିକୁ ସୁରକ୍ଷା ଦେବାରେ ପୁଲିସ ସେତେଟା ସଫଳ ହୋଇପାରି ନାହିଁ। ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଗତ ୨ବର୍ଷ ମଧ୍ୟରେ ମୋଟ ୩ହଜାର ୩୮୯ଟି ସମ୍ପତ୍ତି ଅପରାଧ (ପ୍ରପର୍ଟି ଅଫେନ୍ସ) ମାମଲା ରୁଜୁ ହୋଇଛି। ୨୦୨୩ରେ ମୋଟ ୧୬୮୩ ମାମଲା ରୁଜୁ ହୋଇଥିବା ବେଳେ ୨୦୨୪ରେ ୧୭୦୬ଟି ମାମଲା ରୁଜୁ ହୋଇଛି। ଗତ କିଛି ମାସ ହେଲା ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ମଧ୍ୟ ଚୋରି ଘଟଣା ବଢ଼ିଛି। ଲୁଟେରାମାନେ ବିଶେଷ କରି ମନ୍ଦିରକୁ ବାରମ୍ବାର ଟାର୍ଗେଟ କରି ଚାଲିଛନ୍ତି। ଯାହାକି ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି।

    ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲ୍ଲାକୁ ଦୁଇଟି ପୁଲିସ ଜିଲ୍ଲାରେ ଭାଗ କରାଯାଇଛି। ଗୋଟିଏ ଗଞ୍ଜାମ ଓ ଅନ୍ୟଟି ହେଉଛି ବ୍ରହ୍ମପୁର ପୁଲିସ ଜିଲ୍ଲା । ଗଞ୍ଜାମ ପୁଲିସ ଜିଲ୍ଲାର ପରିସୀମା ଅଧିକ ରହିଥିବା ବେଳେ ଏହା ଅଧୀନରେ ଗୋଟିଏ ମେରାଇନ୍‌ ଥାନାକୁ ମିଶାଇ ମୋଟ ୨୮ଟି ଥାନା ରହିଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ଥାନା ସଂଖ୍ୟା ଅଧିକ ରହିଥିବା ବେଳେ ଅପରାଧ ଘଟଣା ମଧ୍ୟ ଅଧିକ ରହିଥାଏ। ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଗୋଟିଏ ମେରାଇନ୍‌, ଟ୍ରାଫିକ୍‌ ଓ ମହିଳା ଥାନାକୁ ମିଶାଇ ମୋଟ ୧୬ଟି ଥାନା ରହିଛି। ୨୦୨୩ରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୧୪ଟି ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୨୩ଟି ମାମଲା ରୁଜୁ ହୋଇଥିଲା। ସେହିପରି ୨୦୨୩ରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୫୯ଟି ଲୁଟ୍‌ ଓ ରାହାଜାନି ମାମଲା ରୁଜୁ ହୋଇଥି‌ବା ବେଳେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ମଧ୍ୟ ୫୯ଟି ମାମଲା ରୁଜୁ ହୋଇଥିଲା। ୨୦୨୩ରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୧୯୨ଟି ତାଲାଭାଙ୍ଗି ଲୁଟ୍‌ ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁରରେ ୧୯୪ଟି ମାମଲା ରୁଜୁ ହୋଇଛି। ସେହିପରି ୨୦୨୩ରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୫୯୭ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୫୪୫ ମାମଲା ରୁଜୁ ହୋଇଥିଲା।‌ ସେହିପରି ୨୦୨୪ ଗଞ୍ଜାମ ପୁଲିସ ଜିଲ୍ଲାରେ ୧୭ ଓ ବ୍ରହ୍ମପୁରରେ ୫ଟି ଡକାୟତି ମାମଲା ରୁଜୁ ହୋଇଥିଲା। ୨୦୨୪ରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୫୬ଟି ଲୁଟ୍‌ ଓ ରାହାଜାନି ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁରରେ ୫୮ ମାମଲା ରୁଜୁ ହୋଇଥିଲା। ‌୨୦୨୪ରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୨୩୪ଟି ତାଲାଭାଙ୍ଗି ଲୁଟ୍‌ ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୨୦୩ ମାମଲା ରୁଜୁ ହୋଇଥିଲା। ସେହିପରି ୨୦୨୪ରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୫୭୮ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୫୫୫ଟି ମାମଲା ରୁଜୁ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ