Monday, September 21, 2026
28.3 C
Odisha

    ଆଜି ଜାତୀୟ ପ୍ରେସ ଦିବସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :  ଦେଶରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ପ୍ରତିନିଧିମାନେ ଅସୁରକ୍ଷିତ। ଜମ୍ମୁ କାଶ୍ମୀର, ତେଲଙ୍ଗାନା, ଉତ୍ତରପ୍ରଦେଶ, ମଣିପୁର ସମେତ ଓଡ଼ିଶାରେ ସାମ୍ବାଦିକଙ୍କ ସ୍ଥିତି ବିପଦଜନକ ରହିଛି। ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ଉତ୍ଥାପନ କରୁଥିବା ଗଣମାଧ୍ୟମ ପ୍ରତିନିଧି ଆକ୍ରମଣର ଶିକାର ହେଉଛନ୍ତି। ପ୍ରତିଦିନ ଦେଶର ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ସମ୍ପର୍କିତ ଖବର ଆସୁଛି। ବିଶ୍ବରେ ଗଣମାଧ୍ୟମର ସୁରକ୍ଷା ସୂଚକାଙ୍କରେ ୧୮୦ଟି ଦେଶ ମଧ୍ୟରୁ ଭାରତ ୧୫୧ ତମ ସ୍ଥାନରେ ରହିଛି। ଶହେ ନମ୍ବରରୁ ଭାରତ ପାଇଛି ୩୨.୯୬। ସେହିଭଳି ସାମ୍ବାଦିକଙ୍କ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ୨୬ତମ ସ୍ଥାନରେ ରହିଛି। ବିଶେଷ ଭାବେ ବାଲେଶ୍ବର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲାର ଗ୍ରାମାଞ୍ଚଳରେ କାର୍ଯ୍ୟରତ ପ୍ରତିନିଧି ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଗତ ୫ ବର୍ଷରେ ୧୪ ଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ବୀକାର କରିଛନ୍ତି। ତେବେ ବେସରକାରୀ ଭାବେ ଏହି ସଂଖ୍ୟା ୧୦୦ ଟପିବ। ସେହିପରି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୧୮ ଜଣଙ୍କୁ ଗିରଫ କରିଛି। କେବଳ ଆକ୍ରମଣ ନୁହେଁ; ବିଭିନ୍ନ ସମୟରେ ମିଥ୍ୟା ମୋକଦ୍ଦମା କରି ଗଣମାଧ୍ୟମ ପ୍ରତିନିଧିଙ୍କ ମୁହଁ ବନ୍ଦ କରି ଦିଆଯାଉଛି। ପୁଲିସ ଲଗାଇ ଜେଲ ପଠାଇ ଦିଆଯାଉଛି।

    ଚଳିତବର୍ଷ ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ସୀମା ଟପିଛି। ଗତ ମେ ୨୩ରେ ବଲାଙ୍ଗୀର ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କ ଉପ‌ରେ ଆକ୍ରମଣ ହୋଇଥିଲା। ନିମ୍ନମାନର ଗ୍ରାମ୍ୟ ରାସ୍ତା କାମ ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ବେଳେ ଠିକାଦାରଙ୍କ ସମର୍ଥକ ତାଙ୍କୁ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ। ମାଡ଼ ମାରିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ଘଟଣାଦିନ ସେ ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ୪ଦିନ ପରେ ୫ ଜଣଙ୍କୁ ଗିରଫ କରିଥିଲା। ଜୁଲାଇ ୧୨ରେ ମାଲକାନଗିରି ଜିଲା ସାମ୍ବାଦିକ ନରେଶ କୁମାରଙ୍କୁ ମୁରଲିଗୁଡ଼ା ନିକଟରେ ୫ ଯୁବକ ହତ୍ୟା କରିଥିଲେ। ସେ ତାଙ୍କର ଦୁଇ ସାମ୍ବାଦିକ ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ମୋଟୁ ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡ଼ିବାରୁ ମାଲକାନଗିରି ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିଲା। ଜୁଲାଇ ୨୭ରେ ତାଳଚେରର ସାମ୍ବାଦିକ ରବୀନ୍ଦ୍ର ସେଠୀ ସ୍ଥାନୀୟ ବଜାରରୁ ଫଳ କିଣୁଥିବା ବେଳେ ତାଙ୍କୁ ୩ଜଣ ଆକ୍ରମଣ କରିଥିଲେ। ବଲାଙ୍ଗୀର ଜିଲାରେ ୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଆକ୍ରମଣ କରିଥିଲେ। ପୂର୍ବରୁ ଭୁବନେଶ୍ବରରେ ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା। ରାଜ୍ୟରେ ବଢ଼ୁଥିବା ଆକ୍ରମଣକୁ ନେଇ ସାମ୍ବାଦିକ ସଙ୍ଗଠନ ସାମ୍ବାଦିକଙ୍କ ସୁରକ୍ଷା ସମ୍ପର୍କିତ ସ୍ବତନ୍ତ୍ର ଆଇନ ପ୍ରଣୟନ ଲାଗି ଦାବି କରୁଛନ୍ତି। କେବଳ ରାଜ୍ୟରେ ସାମ୍ବାଦିକଙ୍କୁ ସ୍ବାସ୍ଥ୍ୟବୀମା ଯୋଗାଇ ସରକାର ହାତବାନ୍ଧି ବସିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    77 %
    1.9kmh
    90 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ