Sunday, October 4, 2026
30.6 C
Odisha

    କେୱାଇସି ଅପ୍‌ଡେଟ୍‌ ଅବଧି ଶେଷ ହେବା ଉପରେ… କୁଆଡ଼େ ଗଲେ ୪୦ ହଜାର ହିତାଧିକାରୀ?

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ୨ ଥର ଅବଧି ସମ୍ପ୍ରସାରଣ ପରେ ଆସନ୍ତା ୧୫ ତାରିଖରେ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନକାର୍ଡ ହିତାଧିକାରୀଙ୍କ କେୱାଇସି ଅପ୍‌ଡେଟ୍‌ ପାଇଁ ଅନ୍ତିମ ତାରିଖ ଘୋଷଣା ହୋଇଛି। କିନ୍ତୁ ଅଦ୍ୟାବଧି ଝାରସୁଗୁଡ଼ା ଜିଲ୍ଲାର ୪୦ ହଜାର ୮୬୦ ଜଣ ହିତାଧିକାରୀ ସେମାନଙ୍କ କେୱାଇସି ଅପ୍‌ଡେଟ୍‌ କରିନାହାନ୍ତି। ଏଭଳି ସ୍ଥିତିରେ ଏହି ହିତାଧିକାରୀମାନେ ପ୍ରକୃତରେ ଅଛନ୍ତି ନା ଏମାନେ ସବୁ ଭୂତ ହିତାଧିକାରୀ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ରଙ୍କୁ ପଚରାଯିବାରୁ ଇ-କେୱାଇସି ଅବଧି ଶେଷ ହେବା ପରେ ସ୍ପଷ୍ଟ ଚିତ୍ର ସାମନାକୁ ଆସିବ ବୋଲି କହିଛନ୍ତି।

    ସରକାରୀ ତଥ୍ୟ ଅନୁସ‌ାରେ, ଫେବ୍ରୁଆରି ୪ ତାରିଖ ସୁଦ୍ଧା ୪ ଲକ୍ଷ ୧୭୫୮ ଜଣ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପଞ୍ଜୀକୃତ ହୋଇଛନ୍ତି। ଜିଲ୍ଲାର ୫ଟି ବ୍ଲକ୍‌ ଓ ୩ଟି ପୌରପାଳିକାର ୧୪୫ଟି ଏଫ୍‌ପିଏସ୍‌ରେ ଇ-କେୱାଇସି କରାଯାଉଛି। ଏଥିରେ ଜିଲ୍ଲାର ୧ ଲକ୍ଷ ୧୨ ହଜାର ୬୫୯ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଓ ୨୬୮୬ଟି ପରିବାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ଚାଉଳ ପାଉଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମୋଟ ୪ ଲକ୍ଷ ୧ ହଜାର ୭୫୮ ଜଣ ଉପଭୋକ୍ତା ରହିଛନ୍ତି। କିନ୍ତୁ ଗତ ୩ ମାସର ଅବଧି ମଧ୍ୟରେ ୩ ଲକ୍ଷ ୬୦ ହଜାର ୮୯୮ ଜଣଙ୍କର ଇ-କେୱାଇସି ହୋଇପାରିଛି। ବଳକା ୪୦ ହଜାର ୮୬୦ ଜଣ ହିତାଧିକାରୀଙ୍କ ମଧ୍ୟରୁ କିଛି ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆଉ କିଛି ଅଯୋଗ୍ୟ ପରିବାର ମଧ୍ୟ ରାସନ ପାଉଛନ୍ତି। ସେପଟେ, ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଅନେକ ଲୋକଙ୍କର ଆଇରିସ୍‌ ସ୍କାନ୍‌କୁ ନେଇ ସମସ୍ୟା ରହିଥିବାରୁ ସେମାନଙ୍କର କେୱାଇସି ପ୍ରକ୍ରିୟା ସଫଳ ହୋଇପାରୁନାହିଁ। ତେବେ ବହୁବର୍ଷ ଧରି ଆଧାର ଅପ୍‌ଡେସନ୍‌ ନହେବା କାରଣରୁ ଏହି ଆଇରିସ୍‌ ସ୍କାନ୍‌ ବିଫଳ ହେଉଥିବା ବେଳେ ଏହାର ସମାଧାନ କ’ଣ ତାହା ବର୍ତ୍ତମାନ ସୁଦ୍ଧା ବାହାରିପାରିନି।

    ଫଳସ୍ବରୂପ ଏହି ହିତାଧିକାରୀମାନେ ଯୋଗାଣ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହୋଇସାରିଲେଣି। ଏହି ଯୋଜନାରେ ହିତାଧିକାରୀଙ୍କୁ ଯୋଡ଼ାଯିବା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବା ବେଳେ ବର୍ତ୍ତମାନ ଚାଉଳ ପାଉଥିବା ହିତାଧିକାରୀ ବାଦ୍‌ ପଡ଼ିଲେ ସେହି ସ୍ଥାନରେ ଆବେଦନ କରିଥିବା ନୂତନ ହିତାଧିକାରୀଙ୍କୁ ସ୍ଥାନିତ କରାଯାଇଥାଏ। ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ପୂର୍ବ ତାଲିକାରୁ କେହି ବାଦ୍‌ ପଡ଼ୁନଥିବା ଦର୍ଶାଇ ନୂଆ ‌ଆବେଦନକାରୀଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହେଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଖୋଦ୍‌ ଝାରସୁଗୁଡ଼ା ମ୍ୟୁନିସିପାଲଟିରେ ପ୍ରତିଦିନ ଏଭଳି ଅଭିଯୋଗ ନେଇ ଲୋକେ ଆସୁଥିବା ବେଳେ ଗାଁ ଗହଳିର ଚିତ୍ର ଅଧିକ ଦୟନୀୟ ରହିଛି। ଅନେକ ସ୍ଥାନରେ ହିତାଧିକାରୀଙ୍କୁ ପ୍ରତି ମାସରେ ଚାଉଳ ଦେବା ପରିବର୍ତ୍ତେ ୨-୩ ମାସରେ ଥରେ ଚାଉଳ ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ