Friday, April 10, 2026
23.9 C
Odisha

    ଗଠନ ହେଲା ୩୪ଟି ନୂଆ ଏନ୍‌ଏସି: ୫ଏନ୍‌ଏସି ହେଲା ମ୍ୟୁନିସିପାଲିଟି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଗଠିତ ହେବ। ଚାରିଟି ଜିଲ୍ଲାରେ ୫ଟି ଏନ୍‌ଏସି ମ୍ୟୁନିସିପାଲିଟିକୁ ଉନ୍ନୀତ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଜି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନ୍‌ଏସିକୁ ମ୍ୟୁନିସିପାଲିଟି ଭାବେ ଉନ୍ନୀତ କରାଯାଇଛି। ସେହିପରି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦଗୁଡ଼ିକ ହେଲା ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ଼ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡ଼ା, ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ସଇଁତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡ଼ା ଜିଲ୍ଲାର ସିନାପାଲି, ରାୟଗଡ଼ାଜିଲ୍ଲାର ଚାନ୍ଦିଲି, ମୁନିଗୁଡ଼ା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡ଼ାଖଣ୍ଡି, ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୂରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ରହିଛି। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି।

    ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦଗୁଡ଼ିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଏବେ ମୋଟ୍ ୧୧୫ଟି ପୌରସଂସ୍ଥା ଥିବାବେଳେ ଏଥିରୁ ୫ଟି ମହାନଗର ନିଗମ, ୪୭ଟି ମ୍ୟୁନିସିପାଲିଟି ଏବଂ ୬୩ଟି ଏନ୍‌ଏସି ଥିଲା। ଆଜିର ଘୋଷଣା ପରେ ମ୍ୟୁନିସିପାଲିଟି ସଂଖ୍ୟା ୫୨ ହୋଇଥିବାବେଳେ ଏନ୍‌ଏସି ସଂଖ୍ୟା ୯୨ରେ ପହଞ୍ଚିଛି। ‌ରାଜ୍ୟର ମୋଟ୍ ପୌରସଂସ୍ଥା ସଂଖ୍ୟା ୧୪୯ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.9 ° C
    23.9 °
    23.9 °
    42 %
    1.8kmh
    0 %
    Fri
    37 °
    Sat
    38 °
    Sun
    41 °
    Mon
    42 °
    Tue
    42 °

    ସମ୍ବନ୍ଧିତ