Tuesday, October 6, 2026
30.4 C
Odisha

    ୨୪ ଘଣ୍ଟାରେ ଦେଶରେ ୩୫୮ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ; କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବ‌େଳେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ବୁଲେଟିନ୍‌ରୁ ଜଣାପଡ଼ିଛି।୨, ୩୧୧ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨,୬୬୯କୁ ବୃଦ୍ଧି ପାଇଛି। ଦେଶରେ କ‌ୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୫,୩୩,୩୨୭ରେ ପହଞ୍ଚିଛି। ଡିସେମ୍ବର ୧୯ରେ ‌ଏହି ମୃତ୍ୟୁସଂଖ୍ୟା ଥିଲା ୫, ୩୩,୩୨୧।

    ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ନୂଆଦିଲ୍ଲୀ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡ୍ଡୁଚେରୀ, ପଞ୍ଜାବ, ତାମିଲନାଡୁ ଓ ତେଲେଙ୍ଗାନାରେ ନୂଆ ସକ୍ରିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୨୦୦୦ ଥିବାରୁ କେରଳର ପରିସ୍ଥିତି ଚିନ୍ତାଜନକ ରହିଛି।

    ଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିଲେ ବି ଭୟଭୀତ ନ ହୋଇ ସାବଧାନତା ଅବଲମ୍ବନ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି। ପରୀକ୍ଷା ସଂଖ୍ୟା ବୃଦ୍ଧି କରି କୋଭିଡ୍‌-୧୯ର ବିସ୍ତାର ଉପରେ ତୀବ୍ର ଦୃଷ୍ଟି ରଖିବାକୁ ରାଜ୍ୟ ସରକାରମାନେ ବି ଆଦେଶ ଦେଇଛନ୍ତି।

    ସମ୍ପ୍ରତି ବିସ୍ତାରିତ ହେଉଥିବା କୋଭିଡ୍‌-୧୯ ଭୂତାଣୁର ‘ଜେଏନ୍‌.୧’ ପ୍ରଜାତି ଚଳିତ ମାସ ପ୍ରାରମ୍ଭରେ ପ୍ରଥମେ କେରଳର ଜଣେ ୭୯ ବର୍ଷୀୟ ବୃଦ୍ଧାଙ୍କଠାରେ ଚିହ୍ନଟ କରାଯାଇଥିଲା। ତା’ପରଠାରୁ କେରଳ ରାଜ୍ୟରେ କୋଭିଡ୍‌ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଡିସେମ୍ବର ୨୧ ତାରିଖ ସୁଦ୍ଧା କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୪୧ ଥିବା ବେଳେ ସେଥିରୁ ୨୯୨ ସକ୍ରିୟ ଆକ୍ରାନ୍ତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    57 %
    1.3kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ