Friday, September 11, 2026
26.2 C
Odisha

    ଏକ୍ସ୍‌’ ଆକାଉଣ୍ଟ୍‌ ହ୍ୟାକ୍‌ ହେବାରୁ ବ୍ରାଜିଲ୍‌ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଓ ଏଲ୍‌ ମସ୍କ୍‌ଙ୍କ ମଧ୍ୟରେ ଝଗଡ଼ା

    ଆଗକୁ ପଢନ୍ତୁ

    ସାଓ ପାଓଲୋ: ଗତ ସପ୍ତାହରେ ବ୍ରାଜିଲ୍‌ର ‘ଫାଷ୍ଟ୍‌ ଲେଡି’ ରୋସାଞ୍ଜେଲା ଡା ସିଲ୍‌ବାଙ୍କ ‘ଏକ୍ସ୍‌’ ଆକାଉଣ୍ଟ୍‌ ହ୍ୟାକ୍‌ ‌ଘଟଣାରେ ଏଲନ୍‌ ମସ୍କ୍‌ ଦୋଷଛଡ଼ା ହୋଇ ଯିବାରୁ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଡିସେମ୍ବର ୧୧ ତାରିଖ ଦିନ ‘ହ୍ୟାକର୍‌’ ଡା ସିଲ୍‌ବାଙ୍କ ଆକାଉଣ୍ଟ୍‌ରେ ପ୍ରବେଶ କରି ‘ଫାଷ୍ଟ୍‌ ଲେଡି’ ଓ ରାଷ୍ଟ୍ରପତି ଲୁଇଜ୍‌ ଇନ୍‌ଆସିଓ ଲୁଲା ଡା ସିଲ୍‌ବା ଏବଂ ନାରୀ ସମ୍ପ୍ରଦାୟ ଉପରେ କେତେଗୁଡ଼ିଏ ଆପତ୍ତିଜନକ ବାର୍ତ୍ତା ପୋଷ୍ଟ୍‌ କରିଥିଲେ।ମଙ୍ଗଳବାର ଦିନ ସିଧା ପ୍ରସାରଣ ଚାଲିଥିବା ବେଳେ ରାଷ୍ଟ୍ରପତି ଲୁଲାଙ୍କ ପାଖରେ ଠିଆ ହୋଇ ‘ଫାଷ୍ଟ୍‌ ଲେଡି’ କହିଲେ, ଜାଣେନା ଆମେରିକା କି, ବ୍ରାଜିଲ୍‌ରେ ମାମଲା କରିବି, କିନ୍ତୁ ମାମଲା କରିବି ନିଶ୍ଚୟ।

    ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ କମ୍ପାନିର ମାଲିକ ଏଲନ୍‌ ମସ୍କ୍‌ କହିଲେ କି, ‘ହ୍ୟାକ୍‌’ ପାଇଁ କମ୍ପାନି ଦାୟୀ ନୁହେଁ। କାହାର ଇମେଲ୍‌ ପାସ୍‌ୱାର୍ଡ କିଏ କେମିତି ଜାଣିଲା ତାହା ଦେଖିବା ଆମର ଦାୟିତ୍ବ ବୋଲି ଜଣେ କେମିତି ଚିନ୍ତା କରୁଛନ୍ତି?

    ଏଭଳି ଉତ୍ତରରେ ଅସ‌ନ୍ତୋଷ ବ୍ୟକ୍ତ କରି ‘ଫାଷ୍ଟ୍‌ ଲେଡି’ କହିଛନ୍ତି, ମୁଁ କହୁନାହିଁ କିଏ କିଭଳି ମୋ ପାସ୍‌ୱାର୍ଡ ଅନୁମାନ କଲା ତାହା ଜାଣିବା ‘ଏକ୍ସ’ର ଦାୟିତ୍ବ। କିନ୍ତୁ, ‘ହ୍ୟାକ୍‌’ ହେଲେ କମ୍ପାନି ତୁରନ୍ତ କାର୍ଯ୍ୟାନୁଷ୍ଠା ଆରମ୍ଭ କରିବା କଥା।

    ବ୍ୟବହାରକାରୀଙ୍କ କାର୍ଯ୍ୟକଳାପ ପାଇଁ ସାମାଜିକ ଗଣମାଧ୍ୟମ କମ୍ପାନି ସବୁ ଉତ୍ତରଦାୟୀ ହେବା ଉଚିତ କହି ‘ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ’ ଉପରେ କଟକଣା ଲାଗୁ କରିବା ଲାଗି ମଧ୍ୟ ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    87 %
    2.3kmh
    99 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ