Sunday, September 27, 2026
21.7 C
Odisha

    ସାଇବର ଠକଙ୍କୁ ସୀମ କାର୍ଡ ଦେବା ଘଟଣା: ୪ ଗିରଫ, ୫୩୮ ସୀମ ସମେତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ବିଭିନ୍ନ ଲୋକଙ୍କୁ ସୀମ କାର୍ଡ ଦେବାକୁ କହି ସାଇବର ଠକଙ୍କୁ ୪୦୦୦ ରୁ ଅଧିକ ସୀମ କାର୍ଡ ଯୋଗାଇଥିବା ୪ ଜଣଙ୍କୁ କେନ୍ଦୁଝର ପୋଲିସ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ୫୩୮ ସି ମ କାର୍ଡ, ବାୟୋମେଟ୍ରିକ ସ୍କାନର ସମେତ ଅନେକ ସାମଗ୍ରୀକୁ ପୋଲିସ ଜବତ କରିଛି। ସୂଚନା ଅନୁସାରେ କେନ୍ଦୁଝରଜିଲ୍ଲା ଘଷିପୁରା ଥାନା ଅଂଚଳର ରାଜ କିଶୋର ଜେନା(୨୩), ତପନ କୁମାର ଜେନା(୩୦), ସୁବ୍ରତ କୁମାର ଜେନା(୨୩) ଏବଂ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ମିଶ୍ର(୩୨) ଲୋକଙ୍କୁ ସୀମ ଯୋଗାଇବା ନିମନ୍ତେ ସେମାନଙ୍କ ଠାରୁ ଆଧାର ଓ ଭୋଟର କାର୍ଡ ନେଇ ସେଗୁଡିକୁ ୨ଟି ଲେଖାଏଁ ଜେରକ୍ସ କରି ଦୁଇଟି ଲେଖାଁଏ ସି ମ ଇସୁ କରିଆଣୁଥିଲେ। ସେଥିରୁ ଗୋଟିଏ ଲେଖାଏଁ ସିମକୁ ୪/୫ ହଜାର ଟଙ୍କାରେ ଝାରଖଣ୍ଡ, ବିହାର ଏବଂ ଅନ୍ୟ ରାଜ୍ୟର ସାଇବର ଠକଙ୍କୁ ବିକ୍ରି କରୁଥିଲେ। ଏଭଳି କାର୍ଯ୍ୟରେ ଲିପ୍ତ ମାଷ୍ଟ୍ ର ମାଇଣ୍ଡ ଘଷିପୁରା ଥାନା ଖଡିବିଲ ଗ୍ରାମର କୁଳମଣି ଜେନାଙ୍କ ପୁଅ ରାଜକିଶୋର ଜେନା ନାମରେ ଦେଶର ୧୦ରୁ ଅଧିକ ରାଜ୍ୟରେ ସାଇବର ଠକେଇ ମାମଲା ଥିବା କେନ୍ଦୁଝର ପୋଲିସକୁ ଜଣାପଡିବା ପରେ ସ୍ୱତନ୍ତ୍ର ଟିମ ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟ ତିନିଜଣଙ୍କୁ ଗିରଫ କରିଥିଲା। ଏଥିସହ ସେମାନଙ୍କୁ ନିକଟରୁ ୫୩୮ ସୀମ କାର୍ଡ, ୧୮ ମୋବାଇଲ ଫୋନ, ୫ଟି ବାୟୋମେଟ୍ରିକ ସ୍କାନର, ୨୫ ଏଟିଏମ କାର୍ଡ, ୨୫ ଆଇଡି କାର୍ଡ, ଲାପଟପ, ଚେକବୁକ ୭ଟି, ୧୮୫ ଟି ପାସପୋର୍ଟ ଫୋଟୋ ଏବଂ ଟଙ୍କା ଜବତ ହୋଇଛି। ଏହାକୁ ନେଇ ସାଇବର ଥାନା କେଶ ନମ୍ବର ୫/୨୦୨୪ରେ ମାମଲା ରୁଜ୍ଜୁ ହୋଇ ଧାରା ୪୧୯, ୪୨୦, ୩୪ ଆଇପିସି, ଆର ଡବ୍ଲୁ ଆଇନ ୬୬(ସି), ୬୬(ଡି), ଆଇଟି ଆକ୍ଟ ୨୦୦୦ ଅନୁସାରେ ଗିରଫ କରାଯାଇଥିବାବେଳେ ସେମାନଙ୍କୁ ଆଜି କୋର୍ଟ ଚାଲାଣ ହେବ। ଏସମ୍ପର୍କରେ ଆଜି କେନ୍ଦୁଝର ପୋଲିସ ମୁଖ୍ୟାଳୟରେ କେନ୍ଦୁଝର ଏସ୍ପି ଏକ ନୀତିନ କୁଶଲକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇ ପି ଏସ ରାମେନ୍ଦ୍ର ପ୍ରସାଦ ପ୍ରମୁଖ ଉପସ୍ଥିତ ଠିଲେ। ସାଇବର ଠକେଇ କ୍ଷେତ୍ରରେ ଓଡ଼ିଶାରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ