Wednesday, October 14, 2026
26.2 C
Odisha

    ଭିଜିଲାନ୍ସ ଜାଲରେ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ: ଅମାପ ସଂପତ୍ତି ଠାବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଅମାପ ସଂପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍। ପ୍ରଦୀପ କୁମାର ରଥଙ୍କର ୪୨ରୁ ଅଧିକ ପ୍ଲଟ, ଭୁବନେଶ୍ୱରରେ ୨ଟି ଦାମୀ ଫ୍ଲାଟ୍, ଭଦ୍ରକ ଓ ରାଜଧାନୀରେ ଦୁଇଟି ତିନିମହଲା ଘର, ରାଜଧାନୀରେ ମେଡିସିନ ଷ୍ଟୋର, ଢେଙ୍କାନାଳରେ କ୍ରସର ୟୁନିଟ୍, ୮୮ ଲକ୍ଷ ଜମା, ଗୋଟିଏ ଚାରି ଚକିଆ, ୨ଟି ଜେସିବି ଠାବ ହୋଇଛି। ଏହାଛଡ଼ା ସୁନା ହାର, ବ୍ରେସଲେଟ୍, ମୁଦି, ରୁପା କଏନ ଆଦି ମଧ୍ୟ ଜବତ ହୋଇଛି। ଏଣେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ସତ୍ୟନଗର ଘରେ ପହଞ୍ଚି କଟକ ଡିଭିଜନ ଏସ୍‌ପି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି।
    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ୧୨ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କଟକ ବାରବାଟୀ ଷ୍ଟାଡିୟମରେ ଥିବା କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ୱର, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ୧୨ଟି ଠିକଣାରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଟିମ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ