Wednesday, October 7, 2026
23.2 C
Odisha

    ଚୀନରେ ରାଜପଥ ଭୁଶୁଡ଼ି ୪୮ ମୃତ

    ଆଗକୁ ପଢନ୍ତୁ

    ବେଜିଂ: ଦକ୍ଷିଣ ଚୀନରେ ଲଗାଣ ବର୍ଷା ‌ଯୋଗୁଁ ଏକ ୬ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥର ପ୍ରାୟ ୬୦ ଫୁଟ ଦୀର୍ଘ ଅଂଶ ଭୁଶୁଡ଼ି ପଡ଼ିଛି। ଏଥିରେ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ମେଇଝୁ ସିଟି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଭୋର ୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ରାଜପଥର ୫୮.୭ ଫୁଟ ରାସ୍ତା ଧୋଇ ହୋଇଯାଇଥିଲା। ସେହି ସମୟରେ ରାସ୍ତାରେ ଥିବା ୨୩ଟି ଗାଡ଼ିମୋଟର ଏଥିରେ କ୍ଷତିଗ୍ରସ୍ତ ହୋଇଥିଲା। ବର୍ଷାଯୋଗୁଁ ମାଟିଗୋଡ଼ି ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ଆଶାନୁରୂପ ଆଗେଇ ପାରିନାହିଁ। ମଧ୍ୟାହ୍ଣ ସୁଦ୍ଧା ୩୬ଜଣଙ୍କ ମୃତ‌ଦେହ ଉଦ୍ଧାର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ କେତେକ ମୃତଦେହକୁ ଉଦ୍ଧାର କରାଯାଇଛି। ୩୦ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଥିବା ଚୀନର ସରକାରୀ ଖବର ସରବରାହ ସଂସ୍ଥା ଜିନୁଆ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ