Wednesday, September 30, 2026
23.8 C
Odisha

    ୟୁପି ବିଶ୍ବ ନିବେଶ ସମ୍ମିଳନୀର ଚତୁର୍ଥ ଶିଳାନ୍ୟାସ ସମାରୋହ: ୧୦ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌରେ ‘ବିକଶିତ ଭାରତ ବିକଶିତ ଉତ୍ତରପ୍ରଦେଶ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଫେବ୍ରୁଆରି ୨୦୨୩ରେ ଅନୁଷ୍ଠିତ ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ର ଚତୁର୍ଥ ଶିଳାନ୍ୟାସ ସମାରୋହରେ ସେ ସମଗ୍ର ଉତ୍ତରପ୍ରଦେଶରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪୦୦୦ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତି, ଆଇଟି ଓ ଆଇଟିଇଏସ୍, ଖାଦ୍ୟ ପ୍ରକ୍ରିୟାକରଣ, ହାଉସିଂ ଆଣ୍ଡ ରିଅଲ୍ ଇଷ୍ଟେଟ୍, ଆତିଥ୍ୟ ଓ ମନୋରଞ୍ଜନ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ରହିଛି।ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମ ଉତ୍ତରପ୍ରଦେଶର ବିକାଶ ମାଧ୍ୟମରେ ବିକଶିତ ଭାରତର ସଂକଳ୍ପ ଦିଗରେ ଏକ ପଦକ୍ଷେପ। ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶର ୪୦୦ରୁ ଅଧିକ ନିର୍ବାଚନ ମଣ୍ଡଳୀର ଲକ୍ଷ ଲକ୍ଷ ଲୋକଙ୍କ ଉପସ୍ଥିତିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ସ୍ୱାଗତ କରିବା ସହ ନାଗରିକମାନେ ଏବେ ଟେକ୍ନୋଲୋଜି ସାହାଯ୍ୟରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରୁଥିବାରୁ ଆନନ୍ଦ ପ୍ରକାଶ କରିଥିଲେ, ଯାହା କି ୭-୮ ବର୍ଷ ପୂର୍ବେ ଅକଳ୍ପନୀୟ ଥିଲା। ପୂର୍ବରୁ ଉତ୍ତରପ୍ରଦେଶରେ ଅପରାଧ ହାର ଅଧିକ ଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ନିବେଶ ଓ ନିଯୁକ୍ତି ସୁଯୋଗକୁ ନେଇ ରାଜ୍ୟରେ ସକାରାତ୍ମକ ବାତାବରଣକୁ ପ୍ରଶଂସା କରିଥିଲେ। ଆଜି ଉତ୍ତରପ୍ରଦେଶରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଦେଖିବାକୁ ମିଳୁଛି ବୋଲି କହି ପ୍ରଧାନମନ୍ତ୍ରୀ ବାରାଣସୀର ସାଂସଦ ହୋଇଥିବାରୁ ରାଜ୍ୟର ପ୍ରଗତିରେ ଆନନ୍ଦ ପ୍ରକାଶ କରିଥିଲେ। ଆଜିର ବିକାଶମୂଳକ ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଉତ୍ତରପ୍ରଦେଶର ଚେହେରା ବଦଳାଇଦେବ ।
    ଉତ୍ତରପ୍ରଦେଶରେ ଡବଲ ଇଞ୍ଜିନ ସରକାରର ସାତ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମୟରେ ‘ରେଡ୍ ଟେପ୍ ସଂସ୍କୃତି’ର ସ୍ଥାନ ‘ରେଡ୍ କାର୍ପେଟ୍ ସଂସ୍କୃତି’ ନେଇଛି। ଗତ ୭ ବର୍ଷରେ ୟୁପିରେ ଅପରାଧ ହ୍ରାସ ପାଇଛି ଏବଂ ବ୍ୟବସାୟ ସଂସ୍କୃତିର ବିକାଶ ହୋଇଛି। ଗତ ୭ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ବ୍ୟବସାୟ, ବିକାଶ ଓ ବିଶ୍ୱାସର ବାତାବରଣ ବିକଶିତ ହୋଇଛି। ରାଜ୍ୟରୁ ରପ୍ତାନି ଦ୍ୱିଗୁଣିତ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ବିଦ୍ୟୁତ୍ ଉତ୍ପାଦନ ଓ ସଂପ୍ରସାରଣ କ୍ଷେତ୍ରରେ ରାଜ୍ୟର ଅଗ୍ରଗତିକୁ ସେ ପ୍ରଶଂସା କରିଛନ୍ତି। ଆଜି ୟୁପି ହେଉଛି ଦେଶର ସର୍ବାଧିକ ଏକ୍ସପ୍ରେସ୍‌ୱେ ଏବଂ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟ। ଏହା ହେଉଛି ସେହି ରାଜ୍ୟ ଯେଉଁଠାରେ ଦେଶର ପ୍ରଥମ ଦ୍ରୁତ ରେଳ ଚଳାଚଳ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୫ରେ କୁମ୍ଭମେଳା ମଧ୍ୟ ଆୟୋଜନ ହେବାକୁ ଯାଉଛି ଯାହା ରାଜ୍ୟର ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ଦିନରେ ଏଠାରେ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ନିଷ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଉତ୍ତରପ୍ରଦେଶ ମାଟିର ପୁତ୍ର ଚୌଧୁରୀ ସାହେବଙ୍କୁ ସମ୍ମାନିତ କରିବା ଦେଶର କୋଟି କୋଟି ଶ୍ରମିକ-କୃଷକଙ୍କ ପାଇଁ ଏକ ସମ୍ମାନ। ସେ କ୍ଷୁଦ୍ର କୃଷକମାନଙ୍କ ପ୍ରତି ଚୌଧୁରୀ ଚରଣ ସିଂହଙ୍କ ଅବଦାନକୁ ପ୍ରଶଂସା କରିବା ସହ କହିଛନ୍ତି, ଚୌଧୁରୀ ସାହେବଙ୍କ ପ୍ରେରଣାରେ ଆମେ ଦେଶର କୃଷକମାନଙ୍କୁ ସଶକ୍ତ କରୁଛୁ।

    ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପପତି, କମ୍ପାନିର ପ୍ରତିନିଧି, ରାଷ୍ଟ୍ରଦୂତ, ହାଇକମିସନର ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ସମେତ ପାଖାପାଖି ୫୦୦୦ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ