Wednesday, September 9, 2026
28.8 C
Odisha

    କୌଣସି ଆଧାର ବାତିଲ କରାଯାଇନାହିଁ: ୟୁଆଇଡିଏଆଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) କହିଛି ଯେ ଆଧାର ଡାଟାବେସ୍ ଅପଡେଟ୍ ରଖିବା ପାଇଁ ଆଧାର ନମ୍ବର ଥିବା ବ୍ୟକ୍ତିମାନଙ୍କୁ ସମୟ ସମୟରେ ସୂଚନା ଦିଆଯାଉଛି। କିନ୍ତୁ କୌଣସି ଆଧାର ନମ୍ବର ବାତିଲ କରାଯାଇନାହିଁ। ୟୁଆଇଡିଏଆଇ ନିଜ ୱେବସାଇଟରେ କହିଛି ଯେ ଆଧାର ଡାଟାବେସ୍‌ର ସଠିକତା ବଜାୟ ରଖିବା ପାଇଁ କର୍ତ୍ତୃପକ୍ଷ ଦସ୍ତାବିଜ ଏବଂ ଆଧାର ସୂଚନା ଅପଡେଟ୍ ପାଇଁ ଏକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ଲୋକମାନଙ୍କୁ ସାମାଜିକ କଲ୍ୟାଣମୂଳକ ସ୍କିମରୁ ବଞ୍ଚିତ କରିବା ଲାଗି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଲୋକମାନଙ୍କ ଆଧାରକୁ ଅଚଳ କରିଦେଇଛି। ଆଧାର କାର୍ଡ ନଥିଲେ ମଧ୍ୟ ହିତାଧିକାରୀଙ୍କୁ ପଶ୍ଚିମବଙ୍ଗ ସରକାର ସରକାରୀ ସ୍କିମର ଲାଭ ପ୍ରଦାନ କରିବେ ବୋଲି ସେ ଘୋଷଣା କରିଥିଲେ। ଆଧାର କାର୍ଡ ଅଚଳ କରାଯାଉଥିବା ନେଇ ସେ ପଶ୍ଚିମବଙ୍ଗବାସୀଙ୍କୁ ସାବଧାନ କରିଥିଲେ। ରାଜ୍ୟର ବହୁ ଜିଲ୍ଲାରେ ଆଧାର କାର୍ଡ ଅଚଳ କରାଯାଇଥିବା ସେ କହିଛନ୍ତି। ଲକ୍ଷ୍ମୀ ଭଣ୍ଡାର ସ୍କିମ ଜରିଆରେ ଲୋକମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବା ଏବଂ ନିର୍ବାଚନ ପୂର୍ବରୁ ଯେଭଳି ଲୋକମାନେ ମାଗଣାରେ ରାସନ ପାଇବେ ତାହା ସୁନିଶ୍ଚିତ କରିବା ଲାଗି ସେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମମତା ଅଭିଯୋଗ କରିଛନ୍ତି ଯେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଜମାଲପୁରରେ ୫୦ ଜଣ ଲୋକଙ୍କ ଆଧାର କାର୍ଡ ଅଚଳ କରାଯାଇଥିବା ବେଳେ ବୀରଭୂମ, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଓ ଉତ୍ତର ବଙ୍ଗରେ ମଧ୍ୟ ବହୁ ଲୋକଙ୍କ ଆଧାର ଅଚଳ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.8 ° C
    28.8 °
    28.8 °
    75 %
    2.1kmh
    100 %
    Wed
    31 °
    Thu
    30 °
    Fri
    28 °
    Sat
    27 °
    Sun
    28 °

    ସମ୍ବନ୍ଧିତ