Thursday, March 26, 2026
30.8 C
Odisha

    କାର୍‌ ଓ ବସ୍‌ରେ ଲାଗିଗଲା ନିଆଁ; ଜଳିଗଲେ ୫ ଯାତ୍ରୀ

    ଆଗକୁ ପଢନ୍ତୁ

    ମଥୁରା: ମଥୁରାର ଯମୁନା ଏକ୍ସପ୍ରେସୱେରେ ଏକ ଭୟଙ୍କର ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲିଯାଇଛି। କାର୍‌ରେ ଯାଉଥିବା ୫ ଜଣ ଯାକ ଯାତ୍ରୀ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ କାର୍‌ଟି ଜଳିଯିବାରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ପୀଡ଼ିତମାନେ ମାରୁତୀ ସ୍ବିଫ୍ଟ ଡିଜାୟାର୍‌ ଗାଡ଼ିରେ ଯାତ୍ରା କରୁଥିଲେ। କାର୍‌ଟି ଆଗରେ ଯାଉଥିବା ବସ୍‌ଟିକୁ ପଛୁଆ ଧକ୍କା ଦେବା ଫଳରେ ନିଆଁ ଲାଗି ଯାଇଥିଲା। ଫ‌ଳରେ କାର୍‌ରେ ଥିବା ସମସ୍ତ ଯାତ୍ରୀ ଜଳି ଯାଇଥିଲେ। ଖବରରୁ ପ୍ରକାଶ ଯେ, ପ୍ରଥମେ ବସ୍‌ର ଚକ ପମ୍ପଚର୍‌ ହୋଇଯିବାରୁ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ବସ‌ିଲେ। ତା’ପରେ ବସ୍‌ଟି ଯାଇ ଡିଭାଇଡର୍‌ରେ ପିଟି ହୋଇଗଲା। ସେହି ସମୟରେ ପଛରୁ ଆସୁଥିବା କାର୍‌ଟି ବସ୍‌ରେ ପିଟି ହୋଇ ଯାଇଥିଲା।ଦୁର୍ଘଟଣା ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଛନ୍ତି। ସେମାନେ ସେଠାରେ ପହଞ୍ଚି କାର୍‌ ଭିତରୁ ମୃତକମାନଙ୍କୁ ଉଦ୍ଧାର କରିଛନ୍ତି। ସୌଭାଗ୍ୟକୁ ବାସ୍‌ ଭିତରେ ଥିବା କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଏହି ଘଟଣା ଆଜି ସକାଳ ପ୍ରାୟ ୮.୪୫ରେ ଘଟିଛି। ଦେଖୁ ଦେଖୁ ଦୁଘର୍ଟଣାସ୍ଥଳରେ ଲୋକଭିଡ଼ ଜମିଗଲା। ସେହି ରାସ୍ତା ଏବେ ପ୍ରବଳ ଜାମ୍‌ ହୋଇଛି। ସେହି ବାଟିରେ ଯାତାୟତ କରିବାରେ ବାଧା ଉପୁଜିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ