Saturday, July 27, 2024
24.8 C
Odisha

    ଚ୍ୟାଲେଞ୍ଜ ନେଇ କାମ କରିବା ପାଇଁ ପଞ୍ଜାବ କ୍ୟାଡର ଛାଡ଼ି ଓଡ଼ିଶାକୁ ଆସିଥିଲି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ପ୍ରଥମ ସାକ୍ଷାତକାର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଏନଆଇ ମୁଖ୍ୟ ସ୍ମିତା ପ୍ରକାଶଙ୍କ ସହ ସାକ୍ଷାତକାରରେ ବ୍ୟୁରୋକ୍ରାଟରୁ ବିଜେଡି ନେତା ହେବାର ଯାତ୍ରା ଓ ଅନୁଭୁତିକୁ ବଖାଣିଛନ୍ତି । ଲୋକଙ୍କ ସେବା ପାଇଁ ଡାକିଲା ଅନ୍ତରାତ୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଜିଲେ ମୁଖ୍ୟ ପ୍ରେରଣା । ବିନା ବାଧାରେ ଲୋକଙ୍କ ପାଖକୁ ଯିବା ପାଇଁ ପ୍ରଶାସନିକ ପଦ ଛାଡିଥିବା ଏଏନଆଇକୁ ପ୍ରଥମ ସାକ୍ଷାତକାରରେ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

    ଏକ ଦଶନ୍ଧୀରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବାରୁ ତାଙ୍କ ଦ୍ବାରା ସେ ଅନୁପ୍ରାଣିତ ହୋଇଛନ୍ତି । ୧୯୯୯ ସୁପର ସାଇକ୍ଲୋନ୍ ଓଡ଼ିଶାକୁ ବିପର୍ଯ୍ୟସ୍ତ କରିଥିଲା । ଚ୍ୟାଲେଞ୍ଜ ନେଇ କାମ କରିବା ପାଇଁ ପଞ୍ଜାବ କ୍ୟାଡର ଛାଡ଼ି ଓଡିଶାକୁ ଆସିଥିଲେ । ସ୍ବାଧୀନ ଭାବେ କାମ କରିବାକୁ ସୁଯୋଗ ମିଳିଥିଲା । ୨୦୦୩ରେ କଳାହାଣ୍ଡି ଉପଜିଲ୍ଲାପାଳ ଥିବା ବେଳେ ନବୀନଙ୍କ ସହ ପ୍ରଥମ ଦେଖା ହୋଇଥିଲା । ପ୍ରଥମ ଦେଖାରେ ପ୍ରଶଂସା କରିଥିଲେ ନବୀନ । କଳାହାଣ୍ଡିର ଚେହେରା ବଦଳିଛି । ମରୁଡ଼ି ଅଞ୍ଚଳର ବ୍ୟାପକ ରୂପାନ୍ତରଣ କରାଯାଇଛି । ଗ୍ରେରୁ ଗ୍ରୀନ୍ ଏରିଆ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୦୦ରେ ଖାଦ୍ୟ ନିଅଣ୍ଟ ରାଜ୍ୟ ଥିବା ଓଡ଼ିଶା ୧୧ ବର୍ଷରେ ଖାଦ୍ୟ ବଳକା ରାଜ୍ୟ ହୋଇଛି । ଲୋକଙ୍କ ପାଇଁ କାମ କରି ପ୍ରୋ ଇନକମ୍ବାନ୍ସି ପାଇଛନ୍ତି ନବୀନ । ସବୁ ନିର୍ବାଚନରେ ବଢୁଛି ଭୋଟ୍ ହାର ବୋଲି କହିଛନ୍ତି କାର୍ତ୍ତିକ ।ଆଗକୁ ସେ କହିଛନ୍ତି, ଅଫିସରଙ୍କ ଭଲ କାମକୁ ପ୍ରଶଂସା କରନ୍ତି ନବୀନ । ସ୍ବଚ୍ଛ, ଭଲ କାମ କରିଥିଲେ ପଛରେ ଠିଆ ହୁଅନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମୁଁ ବିଜେଡି ଯୋଗ ଦେଇଛନ୍ତି । ଜିଲ୍ଲା ଗସ୍ତରେ ଯାଇ ଲୋକଙ୍କ ଭଲ ପାଇବା ଦେଖିଛି । ଜନସେବାରେ ନିୟୋଜିତ ହେବାକୁ ରାଜନୀତିକୁ ବାଛିଛି ।

    କରୋନା ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଲୋକଙ୍କ ଆସିବା କମିଲା । ତେଣୁ ଲୋକଙ୍କ ପାଖକୁ ଗଲା ସିଏମଓ । ଅଧିକାରୀ ଭାବେ ଲୋକଙ୍କ ପାଖକୁ ଯାଇ ହେବନି । ଜନସେବା ପାଇଁ ଅନ୍ତରାତ୍ମା ଡାକିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଜେଡିରେ ଯୋଗ ଦେଇଥିବା କହିଛନ୍ତି କାର୍ତ୍ତିକ । ଭାଷା ଲୋକଙ୍କ ସହ ଯୋଡ଼ି ହେବାର ମାଧ୍ୟମ । ନବୀନଙ୍କ ଭାଷା ଲୋକଙ୍କ ଭାଷା । ସେ ହୃଦୟରୁ କୁହନ୍ତି, ସ୍ବଚ୍ଛତାକୁ ଭଲ ପାଆନ୍ତି । ଯଦି ଆପଣ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି ତେବେ ଭାଷା ବାଧକ ସାଜିବନି । ଲୋକେ ଜାଣିବାକୁ ଚାହାନ୍ତି ଆପଣ କେତେ ସ୍ବଚ୍ଛ, କେତେ ଉତ୍ସର୍ଗୀକୃତ । ଲୋକଙ୍କ ଭିତରେ ନେତା ବହୁତ ଲୋକପ୍ରିୟ ହେଲେ କେହି ବିଦ୍ରୋହ କରିପାରିବେନି । ପ୍ୟାରୀମୋହନ ମହାପାତ୍ରଙ୍କ ଖରାପ ସମୟ ଥିଲା ବୋଲି ସେ ବିଦ୍ରୋହ କରିଥିଲେ । ତେବେ ନବୀନଙ୍କ ଲୋକପ୍ରିୟତା ଆଗରେ ହାର ମାନିଲା ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ