Monday, May 20, 2024
33 C
Odisha

    ତୃତୀୟ ମହଲାରୁ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାକୁ ଆୟତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର : ଡ.ଲେଖାଶ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୮/୦୨: ଗଣତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରି ସଚିବାଳୟର ତୃତୀୟ ମହଲାରୁ ରାଜ୍ୟର ସବୁ ପଂଚାୟତକୁ ଆୟତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ଓଡ଼ିଶାର ଗଣତନ୍ତ୍ରର ହତ୍ୟା କିଭଳି ହେଉଛି ତାହା ମଧ୍ୟ ଲୋକଲୋଚନକୁ ଆସିଛି । ଓଡ଼ିଶାରେ ଅମଲାତନ୍ତ୍ର ଶାସନ ଚାଲିଛି, ଗଣତନ୍ତ୍ରର ଶାସନ ଚାଲିନାହିଁ । ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କୌଣସି ପ୍ରାଧାନ୍ୟ ଦିଆଯାଉନାହିଁ । ଯାହାଙ୍କ ହାତରେ ଶାସନର ଡୋରି ରହିଛି, ସେ ଜଣେ ଜନପ୍ରତିନିଧି ନୁହନ୍ତି । ବିକାଶକୁ ରୋକିବା ପାଇଁ ବିଜେଡି ସରକାର ନିର୍ବାଚିତ ଜନପ୍ରତିନିଧିଙ୍କର କ୍ଷମତାକୁ କ୍ଷୁର୍ଣ୍ଣ କରି ତାଙ୍କୁ ଅପମାନିତ କରୁଛନ୍ତି । ପଂଚାୟତର କ୍ଷମତା ଓ ଆର୍ଥିକ ପରିଚାଳନା ଦାୟୀତ୍ୱ ସରକାରୀ କର୍ମଚାରୀଙ୍କ ହାତକୁ ଟେକି ଦିଆଯାଇଛି । ଗ୍ରାମସଭା ଓ ପଲ୍ଲୀସଭାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ସରକାରୀ କର୍ମଚାରୀମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ଶାସନ ଚଳାଇବାକୁ ଚାହୁଁଛନ୍ତି ଏବଂ ଜନପ୍ରତିନିଧିମାନଙ୍କୁ ଅଣଦେଖା କରି ତାଙ୍କର ଯାହା ସାମ୍ବିଧାନିକ ଏବଂ ଗଣତନ୍ତ୍ରର ମୁଖ୍ୟ ଦାୟିତ୍ୱକୁ ତୁଲାଇବାକୁ ନଦେବା ପାଇଁ ରାଜ୍ୟ ସରକାରଙ୍କର ବିରାଟ ଷଡଯନ୍ତ୍ର ଚଳାଇଛନ୍ତି । ସରପଂଚମାନଙ୍କ କ୍ଷମତା ହ୍ରାସ ପାଇବା କାରଣରୁ ଗ୍ରାମାଂଚଳରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ବ୍ୟାପକ ମାତ୍ରାରେ ଟଙ୍କା ହଡପ୍ କରାଯାଉଛି । ନିର୍ବାଚିତ ପ୍ରତିନିଧିମାନଙ୍କ ବିକାଶମୂଳକ ପ୍ରସ୍ତାବକୁ ଗ୍ରହଣ ନକରି ଦଳୀୟ ଆଧାରରେ କାର୍ଯ୍ୟ କରାଯିବାକୁ ସ୍ଥାନୀୟ ବିଡିଓଙ୍କ ସମେତ ଅନେକ ସରକାରୀ ଅଧିକାରୀ ସହଯୋଗ ମଧ୍ୟ କରୁଛନ୍ତି । ଭତା, ରାସନକାର୍ଡ, ଜିପିଡିପି ବାଧାପ୍ରାପ୍ତ ହେଉଛି । ଏ ନେଇ ସରପଂଚଙ୍କ ସମେତ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧିଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଏପରିକି ନିର୍ବାଚିତ ଜନପ୍ରତିନିଧିମାନେ ବିଧାନସଭା ଘେରାଓ କରିଛନ୍ତି । ରାଜ୍ୟ ସରକାରଙ୍କ ପଂଚାୟତରାଜ ବ୍ୟବସ୍ଥାକୁ ଧ୍ୱଂସ କରିଦେବା ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ସବୁବେଳେ ପ୍ରତିବାଦ କରିବା ସହିତ ୧ଫେବୃୟାରୀ ଦିନ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା । ନିର୍ବାଚିତ ଜନପ୍ରତିନିଧିମାନଙ୍କ ଅସନ୍ତୋଷ ବ୍ୟାପକ ହେବାର ଦେଖି ଏବଂ ନିର୍ବାଚନ ପାଖେଇ ଆସୁଥିବା କାରଣରୁ ରାଜ୍ୟ ସରକାର ପୁଣି ଥରେ ଚଂଚକତା ଆରମ୍ଭ କରିଦେଇଛନ୍ତି । ଦୀର୍ଘ ବର୍ଷ ଧରି ନିରନ୍ତର ଭାବେ ହଡପ୍ କରିଆସୁଥିବା ଏବଂ ସରପଂଚଙ୍କ କ୍ଷମତା ଉପରେ ଅଙ୍କୁଶ ଲଗାଇ ଦେଇଥିବା ବିଜେଡି ସରକାର ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଫେବୃୟାରୀ ୩ ତାରିଖ ଦିନ ତରବରିଆ ଭାବରେ ଏଫଟିଓ (ଫଣ୍ଡ ଟ୍ରାନ୍ସଫର ଅର୍ଡର) ଉପରେ ବିଡିଓଙ୍କ କାଉଂଟର ଦସ୍ତଖତକୁ ପ୍ରତ୍ୟାହାର କରିଛନ୍ତି । ଭୋଟ ସର୍ବସ୍ୱ ଓ ବିକାଶ ବିରୋଧୀ ବିଜେଡି ସରକାରର ଏଭଳି ଆଭିମୁଖ୍ୟକୁ ଗ୍ରାମାଂଚଳବାସୀ ଆଦୌ କ୍ଷମା ଦେବେ ନାହିଁ ବୋଲି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
    ନରେନ୍ଦ୍ର ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରେ ଚତୁର୍ଦଶ ଓ ପଂଚଦଶ ଅର୍ଥ କମିଶନରେ ଓଡ଼ିଶାର ୬୭୯୮ଟି ପଂଚାୟତକୁ ଆସୁଥିବା ଅନୁଦାନ ରାଶିର ଅଭିବୃଦ୍ଧି ଘଟିଲା । ୨୦୧୪ ପୂର୍ବରୁ ପଂଚାୟତକୁ ୫ ଲକ୍ଷ ରୁ ୧୫ ଲକ୍ଷ ଭିତରେ ଅର୍ଥ ଆସୁଥିଲା । ଚତୁଦର୍ଶ ଅର୍ଥକମିଶନ ଲାଗୁ ହେଲା ପରେ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କାଳରେ ଏହି ଅର୍ଥ ବଢ଼ି ପଂଚାୟତ ପିଛା ୪୦ଲକ୍ଷ ରୁ ୧କୋଟି ଟଙ୍କା ହୋଇଛି । ପଂଚାୟତକୁ ଆସୁଥିବା ଟଙ୍କା ଦେଖି ବିଜୁ ଜନତା ଦଳ ସରକାର ମନରେ ଲୋଭ ହେଲା । ଏହି ଟଙ୍କାକୁ ଲୁଣ୍ଠନ କରିବା ପାଇଁ ଜନପ୍ରତିନିଧିମାନଙ୍କୁ ଆଢ଼ୁଆଳରେ ରଖାଯାଇ ବିଡିଓ ମାନଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ କରାଯିବା ପାଇଁ ସରକାର ୨ଫେବୃୟାରୀ ୨୦୨୦ମସିହାରେ ନିର୍ଦ୍ଦେଶ ଦେଲେ । ଏହା ସମ୍ବିଧାନର ପରିପନ୍ଥୀ । ଏହିପରି ରାଜ୍ୟ ସରକାର ପଂଚାୟତର କ୍ଷମତା ଓ ଅର୍ଥ ସରକାରୀ କର୍ମଚାରୀଙ୍କ ହାତରେ ଦେଲେ । ତୃତୀୟ ମହଲାରୁ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାକୁ ଆୟତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
    ସେହିପରି ୨୦୨୧-୨୨ଲୋକାଲ ଫଣ୍ଡ୍ ଅଡିଟ ରିପୋର୍ଟ ମଧ୍ୟ ପଂଚାୟତ ସମିତିରେ ବ୍ୟାୟକ ଅନିୟମିତତା ଦର୍ଶାଇ ରାଜ୍ୟ ସରକାରଙ୍କୁ ଭର୍ଷଣା କରିଛି । କେନ୍ଦ୍ରରୁ ଆସୁଥିବା ସିଏଫସି ଓ ଏସଏଫସି ପଇସାର ୬୫ଭାଗ ଖର୍ଚ୍ଚ ହୋଇପାରୁ ନାହିଁ । ସରକାର ମାତ୍ର ୮ପ୍ରତିଶତ ୟୁଟିଲାଇଜେସନ ସାର୍ଟିଫିକେଟ୍ ଦାଖଲ କରିପାରିଛନ୍ତି । କୋଟି କୋଟି ଟଙ୍କା ଆତ୍ମସାତ ହେବାର ଲୋକାଲଫଣ୍ଡ ଅଡିଟ ଧରିଛି । ୧୮୫୬କୋଟି ଟଙ୍କାରୁ ୧୧୯୮କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ । ଏହା ବ୍ୟତୀତ କୋଟି କୋଟି ଟଙ୍କାର ଆର୍ôଥକ ଅନିୟମତତା ଏବଂ ହେରଫେର ମଧ୍ୟ ଲୋକାଲ ଫଣ୍ଡ ଅଡିଟ୍ ଦର୍ଶାଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
    ଏହି ଅବସରରେ ବରିଷ୍ଠ ନେତା ପୃଥ୍ୱିରାଜ ହରିଚନ୍ଦନ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33 ° C
    33 °
    33 °
    38 %
    1.5kmh
    84 %
    Mon
    31 °
    Tue
    41 °
    Wed
    41 °
    Thu
    41 °
    Fri
    37 °

    ସମ୍ବନ୍ଧିତ