Sunday, September 22, 2024
24.3 C
Odisha

    ବନ୍ଦ ପାଇଁ ବୈଠକ ଡାକିଥିଲା ବିଜେଡି; ନେତାକର୍ମୀ କଲେ ହଙ୍ଗାମା

    ଆଗକୁ ପଢନ୍ତୁ

    ଭବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଦିନକ ପରେ ଅର୍ଥାତ ଆସନ୍ତା ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏଥି ପାଇଁ ଆଜି ଡକାଯାଇଥିବା ପ୍ରସ୍ତୁତି ବୈଠକରେ ଦଳୀୟ କର୍ମୀମାନେ ହଙ୍ଗାମା କରିଛନ୍ତି। ଆଜି ଅପରାହ୍ନରେ ‘ଶଙ୍ଖ ଭବନ’ରେ ଦୁଇ ଜଣ କାଉନ୍‌ସିଲରଙ୍କୁ ବିରୋଧ କରି ଅନ୍ୟ କାଉନ୍‌ସିଲର ଓ କର୍ମକର୍ତ୍ତାମାନେ ବୈଠକରୁ ଉଠି ଆସି ହୋ-ହଲ୍ଲା କରିଛନ୍ତି।
    ସୂଚନାଯୋଗ୍ୟ, କମିସନରେଟ୍‌ ପୁଲିସ ଅଧୀନ ଭରତପୁର ଥାନାରେ ଗତ ୧୫ ତାରିଖ ରାତି ସେନାବାହିନୀର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହୋଇଥିବା ଦୁର୍ବ୍ୟବହାର ମାମଲାରେ ବିଜେଡି ଆସନ୍ତା ୨୪ ତାରିଖ ଦିନ ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ଆନ୍ଦୋଳନ ପୂର୍ବରୁ ଆଜି ଅପରାହ୍ନରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ଭୁବନେଶ୍ୱରର ୩ ନିର୍ବାଚନମଣ୍ଡଳୀର ସଙ୍ଗଠକ ଓ ସମସ୍ତ କାଉନ୍‌ସିଲର ଯୋଗଦେଇଥିଲେ। ଏଥିରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ମଧ୍ୟ ଉପସ୍ଥିତ ରହିଥିଲେ।

    ତେବେ ବୈଠକ ଆରମ୍ଭ ହେବା ପୂର୍ବରୁ ବିଶୃଙ୍ଖଳା ପରିସ୍ଥିତି ଦେଖାଯାଇଥିଲା। ବିଜେଡି କାଉନ୍‌ସିଲ୍‌ର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କୁ ଅନ୍ୟ କାଉନ୍‌ସିଲରମାନେ ତୀବ୍ର ବିରୋଧ କରିଥିଲେ। ଦଳ ବିରୋଧରେ କାମ କରୁଥିବା ଅଭିଯୋଗ ଆଣି ଏହି ଦୁଇ କର୍ପୋରେଟରଙ୍କୁ ବିରୋଧ କରି ଅନ୍ୟ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ବୈଠକରେ ହୋ-ହଲ୍ଲା ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଓ ବିଧାୟକ ଅରୁଣ ସାହୁଙ୍କୁ ଘଟଣାର ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଉଭୟ ନେତା ବୈଠକରୁ ଉଠି ଆସିଥିବା କାଉନ୍‌ସିଲରଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    93 %
    1.4kmh
    98 %
    Sun
    24 °
    Mon
    31 °
    Tue
    31 °
    Wed
    30 °
    Thu
    28 °

    ସମ୍ବନ୍ଧିତ