Friday, October 2, 2026
28.6 C
Odisha

    ଗୋମାଂସ ଖାଇବା ଅଭିଯୋଗରେ ହରିୟାଣାରେ ପଶ୍ଚିମବଙ୍ଗର ଯୁବକଙ୍କୁ ହତ୍ୟା, ୭ ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହରିୟାଣାର ଚାରଖୀ ଦାଦ୍ରି ଜିଲ୍ଲାରେ ଗୋମାଂସ ଖାଇବା ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାର ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି | ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ଶୁକ୍ରବାର ଦିନ ଘଟିଛି | ଏହି ହତ୍ୟା ମାମଲାରେ ଦୁଇ ନାବାଳକଙ୍କ ସମେତ ୭ଜଣଙ୍କୁ ପୁଲିସ ଗିରଫ କରିଛି। ବାସ୍ତବରେ, ହରିୟାଣାର ଚାରଖୀ ଦାଦ୍ରି ଅଂଚଳରେ ଗୋଟିଏ ଦିନ ପୂର୍ବରୁ ଗୋରକ୍ଷକ ଦଳର ସଦସ୍ୟମାନେ ଗୋମାଂସ ଜବତ କରିଥିଲେ | ଗୋରକ୍ଷକମାନେ ଦୁଇ ପ୍ରବାସୀ ଯୁବକଙ୍କୁ ଧରି ନିସ୍ତୁକ ମାଡ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଥିଲେ | ତେବେ ଗୋରକ୍ଷକ ଦଳର ସଦସ୍ୟମାନେ ଦୁଇ ପ୍ରବାସୀ ଯୁବକଙ୍କୁ ବାଡ଼ିରେ ଏମିତି ପିଟିଥିଲେ ଯେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା।

    ଦ୍ୱିତୀୟ ଯୁବକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି | ପୁଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଛି ଏବଂ ଏପର୍ଯ୍ୟନ୍ତ ଦୁଇ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ପୁଲିସ ଏବଂ ପୀଡିତଙ୍କ ପକ୍ଷ ଏ ସମ୍ପର୍କରେ କିଛି କହିବାକୁ ମନା କରୁଛନ୍ତି। ଗୋମାଂସ ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ଏସପି ପୂଜା ବଶିଷ୍ଠ ଘଟଣାସ୍ଥଳ ଯାଞ୍ଚ କରିଥିଲେ। ଗୋରକ୍ଷକମାନେ ଏହାକୁ ଗୋମାଂସ ବୋଲି କହିଥିଲେ। ଏହା ପରେ ବହୁତ ଗଣ୍ଡଗୋଳ ହୋଇଥିଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ବସ୍ତିରେ ରହୁଥିବା ଲୋକଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ଏହି ସମୟରେ ଗୋମାଂସ ଖାଇଥିବା ସନ୍ଦେହରେ ଦୁଇ ଯୁବକଙ୍କୁ ଗୋରକ୍ଷକର କିଛି ସଦସ୍ୟ ନିର୍ଦ୍ଧୁମ ମାଡ ମାରିଥିଲେ | ଆଉ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା | ବର୍ତ୍ତମାନ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ