Sunday, September 13, 2026
27.6 C
Odisha

    ରେଭେନ୍ସାଙ୍କୁ ନେଇ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    କଟକ: ଓଡ଼ିଶାର ଅନ୍ୟତମ ପୂରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ’ରେଭେନ୍ସା’ର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗ୍ରହ ପ୍ରକାଶ କରିଛନ୍ତି। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ରେଭେନ୍ସାର ନାମ ବଦଳିବା ଦରକାର। ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି। ୧୮୬୬ ମସିହାରେ ଯେତେବେଳେ ନ’ଅଙ୍କ ଦୁର୍ଭିକ୍ଷ ହୋଇଥିଲା, ସେହି ରେଭେନ୍ସା ବ୍ୟକ୍ତି ଜଣକ କରୁଥିଲେ କଣ? ନାଁ ବଦଳିବା ମୋର ବ୍ୟକ୍ତିଗତ ମତ, ଏହା ଉପର ବିତର୍କ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

    କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଆ ସଂସ୍କୃତିର ପୀଠ ଏବଂ ଓଡ଼ିଆ ସଂଗ୍ରାମର ପେଣ୍ଠସ୍ଥଳୀ ହେଉଛି କଟକ। ରେଭେନ୍ସା ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ଏବଂ ବଡ଼ମେଡିକାଲ କଟକର ଗାରିମା ଓ ଅନନ୍ୟ ପରିଚୟକୁ ପ୍ରତିଫଳିତ କରିଆସିଛି। ଏଠାରେ ପାଳିତ ଐତିହାସିକ ‘ବାଲିଯାତ୍ରା’ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟର ମୁକସାକ୍ଷୀ। ଭାଇଚାରାର ସହର କଟକର ସଂସ୍କାର ମୋ ଧମନୀରେ ଅଛି। ପୁରାତନ ସଭ୍ୟତାର ପ୍ରାଣବିନ୍ଦୁ କଟକକୁ ଏକ ଆଧୁନିକ ସହର ଭାବେ ତିଆରି କରିବା ପାଇଁ ଆମ ସମସ୍ତେ ଉଦ୍ୟମ କରିବା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ‘ସ୍ୱାୟତ୍ତ ଶାସନ ଦିବସ’ ଅବସରରେ କଟକ ସହରର ଖାନନଗର ଠାରେ ଗେଲ୍‌ ଇଣ୍ଡିଆ ଦ୍ବାରା ନିର୍ମିତ ‘ଗ୍ୟାସଚୁଲା ଶବଦାହ କେନ୍ଦ୍ର’ର ଲୋକାର୍ପଣ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହ କଟକରେ ଶବଦାହ ପାଇଁ ହେଉଥିବା ଅସୁବିଧା ଦୂର ହେବ। ଏହି ଅବସରରେ ସାଂସଦ ଭର୍ତ୍ତୃହରି ମହତାବ ଏବଂ କଟକ ମେୟର ସୁଭାଷ ସିଂହ ଉପସ୍ଥିତ ଥିଲେ।
    ସେହିପରି କଟକ ବକ୍ସିବଜାର ଠାରେ ପାଇକ ବିଦ୍ରୋହର କର୍ଣ୍ଣଧାର ତଥା ମହାନ୍ ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି। ଐତିହାସିକ ପାଇକ ବିଦ୍ରୋହର ମହାନ ସଂଗ୍ରାମୀ ବକ୍ସି ଜଗବନ୍ଧୁ ବ୍ରିଟିଶମାନଙ୍କ ବିରୁଦ୍ଧରେ ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସଂଗ୍ରାମର ନେତୃତ୍ୱ ନେଇଥିଲେ। ଆଜି ରୌପ୍ୟ ସହର କଟକରେ ଉନ୍ମୋଚିତ ଏହି ପ୍ରତିମୂର୍ତ୍ତି ଓଡ଼ିଆ ଜାତିର ବୀରତ୍ୱର ପ୍ରତୀକ ଭାବେ ଦଣ୍ଡାୟମାନ ହୋଇରହିବ। ଏହି ଅବସରରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ରାଜ୍ୟସଭା ସାଂସଦ, ବିଧାୟକଗଣ ଓ ମେୟର ଉପସ୍ଥିତ ଥିଲେ।

    ଶ୍ରୀ ପ୍ରଧାନ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ, ସ୍ବାଧୀନତା ସଂଗ୍ରାମର ମହାନାୟକ ତଥା ଓଡ଼ିଶା ମାଟିର ବରପୁତ୍ର ନେତାଜୀ ଆଗାମୀ ଯୁବପିଢ଼ି ପାଇଁ ସର୍ବଦା ପ୍ରେରଣାର ସାରଥି ହୋଇରହିବେ।

    କଟକ ଠାରେ ‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରୁଥିବା ମାତୃଶକ୍ତିଙ୍କୁ ଭେଟିଥିଲେ। ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ଓଡ଼ିଶା ସରକାରଙ୍କ ଏହି ଯୋଜନାକୁ ନେଇ ମା’ ଭଉଣୀମାନେ ଖୁସିପ୍ରକାଶ କରିଥିଲେ। ‘ସୁଭଦ୍ରା ଯୋଜନା’ରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ତଥା ମୋଟ ୫ ବର୍ଷରେ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ମା’ ଭଉଣୀମାନେ ଉପକୃତ ହେବେ ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ