Tuesday, September 8, 2026
29.8 C
Odisha

    ଜଣେ ମହିଳା ମାଓବାଦୀ ସମେତ ୭ ମାଓବାଦୀ ଗିରଫ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଚାଲିଥିବା ନକ୍ସଲ ଦମନ ଅଭିଯାନ ବେଳେ ପୁଲିସ ଦ୍ଵାରା ତେରେମ ଅଞ୍ଚଳରୁ ୭ ମାଓବାଦୀ ଗିରଫ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ତେରେମ ଅଞ୍ଚଳରେ ପୁଲିସ ଓ ସୁରକ୍ଷା ବାହିନୀ ମିଳିତ ମାଓ ଦମନ ନିମନ୍ତେ ସର୍ଚ୍ଚ ଅଭିଯାନ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ କିଛି ବ୍ୟକ୍ତି ସେମାନଙ୍କୁ ଦେଖି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ।

    ତୁରନ୍ତ ସୁରକ୍ଷାକର୍ମୀ ଜଂଗଲକୁ ଘେରି ଜଣେ ମହିଳା ସମେତ ୭ ଜଣଙ୍କୁ ପୁଲିସ କାବୁ କରି ପଚରା ଉଚରା ବେଳେ ସେମାନେ ସମସ୍ତେ ମାଓବାଦୀ ସଂଗଠନରେ କାମ କରୁଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ।ଗିରଫ ମାଓବାଦୀଙ୍କ ମଧ୍ୟରେ ୨ ଲକ୍ଷ ଟଙ୍କା ପୁରସ୍କାର ରହିଥିବା ମାଓବାଦୀ ତାମୋ ଭୀମା ଓ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଉଇକା ମଙ୍ଗ୍ରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।ସମସ୍ତ ଗିରଫ ମାଓବାଦୀଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯିବା ସହ ଅଞ୍ଚଳରେ ସର୍ଚ୍ଚ ଅପେରସନକୁ ଜୋରଦାର କରାଯାଇଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ