Friday, October 2, 2026
23.8 C
Odisha

    ମୃତ ବ୍ୟକ୍ତିଙ୍କ ଆଧାରକାର୍ଡକୁ ଏପରି ରଖନ୍ତୁ ସୁରକ୍ଷିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଧାର କାର୍ଡ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ଜାରି କରାଯାଇଥାଏ। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆଧାର କାର୍ଡର କ’ଣ କରାଯିବ ସେଥିପାଇଁ କୌଣସି ନିୟମ ଏଯାଏଁ  ନିର୍ଦ୍ଧାରିତ କରାଯାଇନାହିଁ।

    ଏଭଳି କ୍ଷେତ୍ରରେ ଉକ୍ତ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡକୁ ସୁରକ୍ଷିତ ରଖିବା ପାଇଁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଆଧାରରେ ତାହାକୁ ଲକ କରି ପାରିବେ। ତେବେ ଏହି ଲକ କରିବାର ଉପାୟ ନିମ୍ନରେ ପ୍ରଦତ୍ତ…

    ମୃତ ବ୍ୟକ୍ତିଙ୍କ ଆଧାରକାର୍ଡକୁ ସୁରକ୍ଷିତ ରଖିବା ପାଇଁ ଲକ କରିବାକୁ ଚାହୁଁଥିଲେ ଆପଣ ସର୍ବପ୍ରଥମେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍, uidai.gov.in କୁ ଯାଆନ୍ତୁ । ଏହାପରେ ମାଇ ଆଧାରର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

    ଦ୍ବିତୀୟରେ ମାଇ ଆଧାରରେ ଆଧାର ସେବାକୁ ଯାଆନ୍ତୁ ଏବଂ ‘ଲକ୍ / ଅନଲକ୍ ବାୟୋମେଟ୍ରିକ୍ସ’ ଏପରି ଦୁଇଟି ବିକଳ୍ପ ଆସିବ। ଏହି ବିକଳ୍ପ ମଧ୍ୟରୁ ଆପଣ ଲକ ବିକଳ୍ପକୁ ବାଛନ୍ତୁ।

    ଏହି ବିକଳ୍ପ ବାଛିବା ପରେ ଏକ ନୂତନ ପୃଷ୍ଠା ଖୋଲିବ। ସେଥିରେ ଆପଣଙ୍କୁ ଲଗ୍ ଇନ୍ କରିବାକୁ ହେବ। ଏହାପରେ ଆପଣ ଲକ୍ କରିବାକୁ ଚାହୁଁଥିବା ଆଧାରର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏବଂ କ୍ୟାପଚା କୋଡ୍ ପ୍ରବେଶ କରିବାକୁ ହେବ। ତାପରେ ଓଟିପି ପଠାଇବାକୁ ଥିବା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

    ଏହାପରେ ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ଓଟିପି ପୁରଣ କରନ୍ତୁ। ଏହି ପର୍ଯ୍ୟାୟ ପରେ ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ / ଅନଲକ୍ କରିବାର ଥିବ‌ା ବିକଳ୍ପ ମଧ୍ୟରୁ ଲକ ବିକଳ୍ପକୁ ଚୟନ କରନ୍ତୁ।

    ଲକ୍ ଅପ୍ସନ୍ ଚୟନ କରିବା ପରେ ଆଧାର କାର୍ଡ ଲକ୍ ହୋଇଯିବ। ସେହିପରି ଆଧାର କାର୍ଡକୁ ଅନଲକ୍ କରିବାକୁ ହେଲେ ଆପଣ ସମାନ ପଦକ୍ଷେପ ଅନୁସରଣ କରି ଅନଲକ୍ ବିକଳ୍ପ ଚୟନ କରି ଲକ ଖୋଲି ପାରି‌ବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ