Thursday, March 26, 2026
37 C
Odisha

    ଅନ୍ତରୀଣ ବଜେଟକୁ ନେଇ ସେଞ୍ଚୁରିଅନ ବିଦ୍ୟାଳୟରେ ବିଶ୍ଲେଷଣାତ୍ମକ କର୍ମଶାଳା ଅନୁଷ୍ଠିତ । ଛାତ୍ରଛାତ୍ରୀ ମାନେ କଲେ ଅନ୍ତରୀଣ ବଜେଟର ସମୀକ୍ଷା ଓ ବିଶ୍ଲେଷଣ

    ଆଗକୁ ପଢନ୍ତୁ

    ଅର୍ଥବ୍ୟବସ୍ଥା ଯେକୌଣସି ଦେଶର ଆର୍ଥିକ ମାନ ସୁଦୃଢ କରିବାରେ ସହାୟକ ହୋଇଥାଏ । ଅର୍ଥବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଭିତ୍ତଭୂମିର ଉନ୍ନତିକରଣ ନିତାନ୍ତ ଆବଶ୍ୟକ । ଏଇ ଭିତ୍ତିଭୂମିର ଉନ୍ନତିକରଣ ଓ ଅର୍ଥ ବ୍ୟବସ୍ଥାର ବିଭିନ୍ନ ବିଭାଗ ଯେପରି କୃଷି, ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ ପାଇଁ ବଜେଟ ବା ଆର୍ଥିକ ଅଟକଳ ପ୍ରତିବର୍ଷ ଦେଶର ବିତ୍ତୀୟ ମନ୍ତ୍ରଣାଳୟ ଏହା ପ୍ରସ୍ତୁତ ଏବଂ ସଂସଦରେ ଉପସ୍ଥାପିତ କରିଥାଏ ।ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ଅନ୍ତରୀଣ ବଜେଟର ଏକ ବିଶ୍ଲେଷଣାତ୍ମକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏକାଦଶ (କଳା )ଶ୍ରେଣୀର ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନେ ଆଗାମୀ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟର ସମୀକ୍ଷା ଓ ବିଶ୍ଲେଷଣ କରିଥିଲେ । ଛାତ୍ରଛାତ୍ରୀ ମାନେ ବିଭିନ୍ନ ଆର୍ଥିକ ସମସ୍ୟା ଯେପରି ଦାରିଦ୍ର୍ୟ, ବେକାରୀ ସମସ୍ୟା, ଧାରଣୀୟ ବିକାଶ, ମୁଦ୍ରାସ୍ଫିତୀ, ଆନୁଷ୍ଠାନିକ ଓ ଅଣ ଅନୁଷ୍ଠାନିକ ଋଣ ବ୍ୟବସ୍ଥା, ନାରୀ ଶଶକ୍ତିକରଣ, ଯୁବଶକ୍ତିର ବିକାଶ ପରି ବିଷୟ ଗୁଡିକର ବିଶ୍ଲେଷଣ ଓ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାଵଧାନରେ ପରିଚାଳିତ ହୋଇଥିଲା ।ସେଞ୍ଚୁରିଅନ ବିଦ୍ୟାଳୟର ଉପାଧକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳଙ୍କର ମାର୍ଗ ଦର୍ଶନରେ କାର୍ଯ୍ୟକ୍ରମଟି ସମାପିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ ମଧ୍ୟ ଉପସ୍ଥିତ ରହି ଏହାକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା ଧର୍ମୀ ଓ ଉପଯୋଗୀ ହୋଇପାରିଥିଲା । ଅନୁଷ୍ଠାନର ଏହି ଅଭିନବ ପ୍ରୟାସକୁ ସହରର ସବୁ ମହଲରେ ସ୍ୱାଗତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    20 %
    3.9kmh
    0 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ