Tuesday, September 29, 2026
30.1 C
Odisha

    ମୁଁ ଝାଡ଼ଖଣ୍ଡ ଯୋଦ୍ଧାଙ୍କ ଜୀବନ ସାଥୀ,ଭୟ କାହିଁକି କରିବି: ହେମନ୍ତ ସୋରେନଙ୍କ ସ୍ତ୍ରୀ

    ଆଗକୁ ପଢନ୍ତୁ

    ରାଞ୍ଚି: ଅର୍ଥ ହେରଫେର ମାମଲା ସହ ଜଡ଼ିତ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ସପ୍ତ‌ାହେ ହେବ ସୋରେନ ଜେଲରେ ବନ୍ଦୀ ଅଛନ୍ତି।ଫେବ୍ରୁଆରି ୭ ତାରିଖରେ ‌ହେମନ୍ତଙ୍କ ୧୮ତମ ବିବାହବାର୍ଷିକ ବୋଲି ଜଣାପଡ଼ିଛି। ବିବାହବାର୍ଷିକ ଅବସରରେ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରି ଆଶା କରିଛନ୍ତି କି ତାଙ୍କ ସ୍ବାମୀ ଖୁବଶୀଘ୍ର ଘରକୁ ଫେରି ଆସିବେ।

    କଳ୍ପନା ସୋରେନ ହେମନ୍ତ ସୋରେନଙ୍କ ଏକ୍ସ ପ୍ରୋଫାଇଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ହେମନ୍ତ ଆଜ୍ଞା ଭାଙ୍ଗିଲେ ନାହିଁ, କାରଣ ସେ ଝାଡ଼ଖଣ୍ଡର ସମ୍ମାନକୁ ବଜାୟ ରଖିବାକୁ ଚାହିଁଥିଲେ। ସେ ଏହି ଷଡ଼ଯନ୍ତ୍ର ସହିତ ଲଢ଼ିବାକୁ ପସନ୍ଦ କରିଥିଲେ।ଆଜି ଆମର ୧୮ତମ ବିବାହ ବାର୍ଷିକ । କିନ୍ତୁ ହେମନ୍ତ ଆଜି ଆମ ପରିବାର ସହିତ ନାହାନ୍ତି। ପିଲାମାନେ ବି ତାଙ୍କୁ ବହୁତ ମନେ ପକାଉଛନ୍ତି। ବିଶ୍ବାସ ଅଛି ସେ ଏହି ଷଡ଼ଯନ୍ତ୍ରକୁ ହରାଇ ବିଜୟ ହୋଇ ଘରକୁ ଫେରିବେ। ମୁଁ ଜଣେ ବୀର ଝାଡ଼ଖଣ୍ଡ ଯୋଦ୍ଧାଙ୍କ ଜୀବନ ସାଥୀ। ତାଙ୍କ କଥା ଭାବି ମନ କଷ୍ଟ ହେଉଛି । କିନ୍ତୁ ମୁଁ ଭାଙ୍ଗିବି ନାହିଁ। ଭାବୁକ ହେବି ନାହିଁ। ଏଭଳି ସଙ୍କଟ ସମୟରେ ମୁଁ ହେମନ୍ତ ଆଜ୍ଞାଙ୍କ ପାଇଁ ସାହାସ ଓ ଶକ୍ତି ହୋଇ ଛିଡ଼ାହେବି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ